ଶୁକ୍ରବାର ରାଶିଫଳ (୨୪.୦୨.୨୦୨୩)

ମେଷ : ଲୋକପୂଜ୍ୟ ହୋଇପାରନ୍ତି। ନିଜ ବକ୍ତବ୍ୟରେ ଶ୍ରୋତାମାନଙ୍କୁ ବଶକରି ପାରନ୍ତି। ଶତ୍ରୁଘାତୀ ହେବେ। ବିଚକ୍ଷଣ ରାଜନୀତିଯୁକ୍ତ ହୋଇପାରନ୍ତି। ବହୁଭୋଜନ କରିବେ। ଧନଶାଳୀ ଚଞ୍ଚଳମନା ଓ କ୍ରୋଧୀ ହେବେ।

ବୃଷ : ଶୌର୍ଯ୍ୟଶାଳୀ ହେବେ। ଦୁଃଖ ସହିଷ୍ଣୁ ହୋଇପାରନ୍ତି। ଶତ୍ରୁହନ୍ତା ହେବେ। ବିଚକ୍ଷଣ, ଧନ ସଞ୍ଚୟକାରୀ, କମନୀୟ ଅବୟବ, ଦୀର୍ଘଜୀବୀ, ସ୍ଥିରସମ୍ପଦଯୁକ୍ତ ଓ ଗ୍ରାମର ମୁରବି ହୋଇପାରନ୍ତି।

ମିଥୁନ : ବିଜୟୀ ହେବେ। ପ୍ରୀତିଜନକ ଓ ମନୋହର ଦାସଯୁକ୍ତ ହେବେ। ସଙ୍ଗୀତପ୍ରିୟ ହୋଇପାରନ୍ତି। ବଦାନ୍ୟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ବିନୟୀ ଭକ୍ତିଯୁକ୍ତ ହେବେ। ସୁଖୀ ହେବେ।

କର୍କଟ : ମେଧାବୀ ହେବେ। ସ୍ଥିରମତି, କ୍ଷିପ୍ରମତଯୁକ୍ତ ହେବେ। ସୁକର୍ମା ହେବେ। ଗୁପ୍ତ ବିଦ୍ୟାଭ୍ୟାସୀ ଓ ଗୁପ୍ତ ଧନଯୁକ୍ତ ହୋଇପାରନ୍ତି। ଶତ୍ରୁଘାତୀ ହେବାର ସୂଚନା ମିଳୁଛି। ଉଗ୍ର ସ୍ବଭାବଯୁକ୍ତ ହେବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହେବେ।

ସିଂହ : ଯଦିଓ ରାଜମାନ୍ୟ ମିଳିବ; ତଥାପି ଧନହୀନ ହେବା ଆଶା କରାଯାଏ। ଉଦ୍ୟମ ପ୍ରଶଂସନୀୟ ହେବ। ମାଂସଲୋଭୀ ହୋଇପାରନ୍ତି। କଦାକାର ଚେହେରା ସମ୍ପନ୍ନ ହୋଇ କ୍ଷୀଣ ଦୃଷ୍ଟିସମ୍ପନ୍ନ ହୋଇପାରନ୍ତି।

କନ୍ୟା : ସଙ୍ଗୀତ ନିପୁଣ ହୋଇପାରନ୍ତି। କର୍ମପଟୁ ଓ ଯଥାର୍ଥବାଦୀ ହେବେ। କାବ୍ୟଚେତା ହେବେ। ଭୋକ୍ତା ହୋଇପାରନ୍ତି। ଦାତା ହେବେ। ପୁତ୍ର ରତ୍ନ ମିଳିପାରେ। ବିଭିନ୍ନ ପ୍ରକାରର ଧନଯୁକ୍ତ ହୋଇପାରନ୍ତି।

prayash

ତୁଳା : ଦିବା ରାତି ପ୍ରବଳ ଉଦ୍ୟମ ଚଳାଇ ଓ ବହୁ ଗୁରୁ ସେବାକରି ଚିତ୍ର ବିଦ୍ୟା ପାରଦର୍ଶୀ ହୋଇପାରନ୍ତି। ଅତିଶୟ ପୂର୍ଣ୍ଣ କର୍ମଶୀଳ ହେବା ଆଶା କରାଯାଏ। ସମ୍ପତ୍ତିବାନ୍‌ ଓ ନୃପତୁଲ୍ୟ ସମ୍ମାନାସ୍ପଦ ହୋଇପାରନ୍ତି।

ବିଛା : ବିଚକ୍ଷଣ ଶାସ୍ତ୍ର ବିଶାରଦ ହେବେ। କ୍ଷୁଦ୍ର କର୍ମରୁ ମହତ୍‌କର୍ମ ପର୍ଯ୍ୟନ୍ତ ସମସ୍ତ ଘଟଣାର କର୍ମକ୍ଷମ ହେବେ। କର୍ମକ୍ଷତ୍ରରୁ ନିଜର ଦକ୍ଷତା ପ୍ରତିପାଦନ କରିବେ। ଶସ୍ତ୍ର ଚାଳନାରେ ବିଚକ୍ଷଣ ହେବେ।

ଧନୁ : ଧ୍ୟାନକ୍ରିୟାସମ୍ପୃକ୍ତ ହେବେ। ନୀତି, ନିୟମ ତତ୍ପର ହେବେ। ଧାର୍ମିକ ପ୍ରବର ହେବେ। ଅକ୍ଷୟ ଯଶର ଅଧିକାରୀ ହେବେ। ଦାନୀ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି।

ମକର : ବନ୍ଧୁଙ୍କ ପ୍ରତି କପଟ ସ୍ନେହ ଆଚରଣ କରିପାରନ୍ତି। ଯଦିଓ ନାସ୍ତିକ ହେବେ, ତଥାପି ବିଭିନ୍ନ ସୂତ୍ରରୁ ଧନ ଆହରଣ କରିବାରେ ସକ୍ଷମ ହେବେ। କେତେବେଳେ ଆସ୍ତିକ ତ କେତେକ କ୍ଷେତ୍ରରେ ନାସ୍ତିକ ହେବେ।

କୁମ୍ଭ : ବୀରକର୍ମା ଓ ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି। ଧର୍ମଧାରଣରେ ନିଜକୁ ବୁଡ଼ାଇ ଦେଇପାରନ୍ତି। ଉତ୍ତମ ଲେଖକ ହେବେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। ଶାସ୍ତ୍ରଜ୍ଞ ହୋଇପାରନ୍ତି।

ମୀନ : ନୈତିକ କର୍ମରେ ବ୍ରତୀ ହୋଇପାରନ୍ତି। ମଙ୍ଗଳ କର୍ମରେ ଦିନରାତି ଏକାକାର କରିପାରନ୍ତି। ବିବେକାନୁମୋଦିତ କାର୍ଯ୍ୟ କରିପାରନ୍ତି। ବିଦ୍ୟା ଅର୍ଜନ କରି ପଠନ, ଲିଖନରେ ଧ୍ୟାନ ଦେବେ।

Comments are closed.