ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ୱ ଚିନ୍ତନ ଦିବସ
କେନ୍ଦୁଝରଗଡ଼ : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ ପରିସରରେ ବୁଧବାର ଜିଲାସ୍ତରୀୟ ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ଏହି ମହାନ୍ ଚିନ୍ତନ ଦିବସରେ ସ୍କାଉଟ ଗାଇଡ ମାନଙ୍କୁ ସେବା ମନୋଭାବ ରଖି ହସହସ ମୁହଁରେ କାର୍ଯ୍ୟ କରିବାକୁ ଉଦବୋଧନ ଦେଇଥିଲେ । ଜିଲା ସ୍କାଉଟ ଓ ଗାଇଡ ସମ୍ପାଦକ ଡମ୍ବରୁଧର ମହାନ୍ତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା କେନ୍ଦୁଝର ଜିଲା ସ୍କାଉଟ କମିଶନର ସୁଶୀଲ କୁମାର ନାୟକ, ପ୍ରଶିକ୍ଷଣ କମିଶନର ସ୍କାଉଟ ଫକୀର ଚରଣ ମହାନ୍ତ, ପ୍ରଶିକ୍ଷଣ କମିଶନର ଗାଇଡ ସଂଯୁକ୍ତା ନାଥ ମଞ୍ଚାସୀନ ହୋଇ ବିଶ୍ୱ ଚିନ୍ତନ ଦିବସରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କମାରଗୋଡା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ପାର୍ବତୀ ମହାନ୍ତ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରର ଶିକ୍ଷୟିତ୍ରୀ ମଞ୍ଜୁୁଳା ମଞ୍ଜରୀ ମିଶ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡର ଆଚାର୍ଯ୍ୟା ଶ୍ରଦ୍ଧାଞ୍ଜଳି ମହାନ୍ତ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କେନ୍ଦୁଝରର ଶିକ୍ଷକ ମହେନ୍ଦ୍ର ମହାନ୍ତ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ପ୍ରମୁଖ ଯୋଗଦେଇ ସ୍କାଉଟ ଗାଇଡ ପିଲାମାନଙ୍କୁ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଜୀବନର ବ୍ରତ ଭାବେ ଗଢି ତୋଳିବାକୁ ମାର୍ଗଦର୍ଶନ କରିଥିଲେ। ସମସ୍ତ ସ୍କାଉଟ ମାଷ୍ଟର, ଗାଇଡ କ୍ୟାପ୍ଟେନ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିବା ବେଳେ ଶେଷରେ ସ୍କାଉଟ ମାଷ୍ଟର ଆନନ୍ଦ ଚନ୍ଦ୍ର ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.