ହରଭଙ୍ଗା ଠାରୁ ଧଳପୁର ରାସ୍ତା ଶୋଚନୀୟ ; ସ୍ଥାୟୀ ଉଚ୍ଚ ରାସ୍ତା ନିର୍ମାଣ ଦାବି

ହରଭଙ୍ଗା : ବହୁପ୍ରତୀକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀସେତୁ ନିର୍ମାଣକାର୍ଯ୍ୟ ଶେଷ ପରେ ଅନୁଗୁଳୁ ଜିଲ୍ଲା ସହିତ ବୌଦ୍ଧଜିଲ୍ଲାକୁ ଗମନାଗମନ ପାଇଁ ବାଟଫିଟିଛି । ସର୍ମ୍ପକର ସେତୁ ନିର୍ମାଣ ପରେ ଉଭୟପଟୁ ବସ୍ ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ବେପାର, ବଣିଜ୍ୟ ସାଙ୍ଗକୁ ମେଡିକାଲ କାର୍ଯ୍ୟରେ ମହାନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ଆଠମଲ୍ଲିକ ମେଡିକାଲ ଚିକିତ୍ସା​‌ ପାଇଁ ବେଶ ସହାୟକ ହୋଇପାରିଛି । ମାତ୍ର ସେତୁକୁ ସଂଯୋଗ କରୁଥିବା ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯ କିଲୋମିଟର ରାସ୍ତାରରେ ଅଧିକ ସଂଖ୍ୟାରେ ଗାଡି ଚଳାଚଳ ଯୋଗୁଁ ଦିନକୁ ଦିନ ରାସ୍ତା ଅବସ୍ଥା ଶୋଚନୀୟ ହେବା ସହିତ ଖାଲଖମାରେ ପରିଣତ ହୋଇଛି। ବିଶେଷକରି ମହାନଦୀ ବନ୍ୟାରେ ଏହି ରାସ୍ତାରେ ବନ୍ୟାପାଣି ଯୋଗୁଁ ଯୋଯୋଗ ବିଛିନ୍ନ ହୋଇପଡିଥାଏ। ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ସ୍ଥାୟୀ ଉଚ୍ଚ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବି ଉଠୁଛି । ଏହା ସହିତ ମହାନଦୀ ତଟସୁରକ୍ଷା ପାଇଁ ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଆଡିବନ୍ଧ ନିର୍ମାଣ କରାଯିବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବି କରିଛନ୍ତି । ଏ ଦିଗରେ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Comments are closed.