www.samajalive.in
Sunday, December 7, 2025
13.1 C
Bhubaneswar

ନୂଆ ପେନସନ ନୀତି ବିରୁଦ୍ଧରେ ଗର୍ଜିଲେ ରେଳ କର୍ମଚାରୀ

ଟିଟିଲାଗଡ଼ :  କେନ୍ଦ୍ର ସରକାର ରେଳବାଇ କର୍ମଚାରୀଙ୍କ ପ୍ରତି ଅନ୍ୟାୟ ପୂର୍ବକ ପୂର୍ବ ପେନସନ ନୀତିକୁ ଉଛେଦ କରି ନୂତନ ପେନସନ ନୀତି ପ୍ରବର୍ତ୍ତନ କରିଥିବା ଅଭିଯୋଗ କରି ରେଳ କର୍ମଚାରୀ ମଙ୍ଗଲବାର ଟିଟିଲାଗଡ଼ ରେଳ ଷ୍ଟେସନ ଠାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ନ୍ୟାସନାଲ କାଉନସିଲ ଫର ଜୈଣ୍ଟ ଏକ୍ସନ ଓ ଫୋରମ ଫର ରେଷ୍ଟୋରେସନ ଓ଼ଲ୍ଡ ପେନସନ ସ୍କିମ ଓଡିଶାର ଆହ୍ୱାନ କ୍ରମେ ପୂର୍ବତଟ ରେଳ ଶ୍ରମିକ ସଂଘ ଟିଟିଲାଗଡ଼ ଶାଖା ପକ୍ଷରୁ ସମ୍ପାଦକ ମାନସ ରଞ୍ଜନ ରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ କାର୍ୟ୍ୟକ୍ରମରେ ପୂର୍ବତଟ ସଭାପତି ଘନଶ୍ୟାମ ମିଶ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ନିଜ ଜୀବନକୁ ବିପଦରେ ମଧ୍ୟ ପକାଇ ରେଳବାଇରେ ଦିନ ରାତି କାର୍ୟ୍ୟ କରି ବୟସର ଅପରାହ୍ନରେ ଅବସର ନେଲେ ରହିଥିବା ପେନସନ ରୂପକ ସାମାଜିକ ନିରାପତ୍ତା ସହ ଖେଳକୁ ତିଳେ ମାତ୍ର ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଏନେଇ ଆଗାମୀ ଦିନରେ ରେଳ କର୍ମଚାରୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଚେତାବନୀ ଦେଇଥିଲେ । ଆନ୍ଦୋଳନରତ ରେଳ କର୍ମଚାରୀ ରେଳ ଷ୍ଟେସନ ଠାରୁ ଏକ ଶୋଭାଯାତ୍ରାରେ ଏଡ଼ିଇଏନଙ୍କ କାର୍ୟ୍ୟାଳୟ ଯାଇ ଚିପ କ୍ରିଉ କଣ୍ଟ୍ରୋଲର ପି. କେ. ମଜୁମଦାରଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଅଲ ଇଣ୍ଡିଆ ଲୋକୋ ଷ୍ଟାଫ ପ୍ରତିନିଧି ଧର୍ମେନ୍ଦ୍ର ପ୍ରସାଦ, ମଣ୍ଡଳ ଯୁବ ସଂଯୋଜକ ପିଣ୍ଟୁ କୁମାର, ଶାଖା ସଂଯୋଜକ ଅରୂପାନନ୍ଦ ଦାଶ, ମହେଶ ପାଶୱାନ, ମାନସ ସ୍ୱାଇଁ, ଚନ୍ଦନ କୁମାର, ଅଭିଷେକ ସିଂ, ଅନ୍ଦୀପ ସିଂ, କ୍ରିଷ୍ଣା କୁମାର, ହିମାଂଶୁ ଶୁକ୍ଲା, ୟସବିତ ସିଂ, ଦୀପକ ଦାଶ, ଆକାଶ ରାଉତ, ମଧୁସୂଦନ ସାହୁ, ଉଜ୍ଜ୍ୱଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories