www.samajalive.in
Friday, December 5, 2025
23.1 C
Bhubaneswar

‘ସୁଭଦ୍ରା’ଯୋଜନା ; ଜଣଙ୍କ ପିଛା ଶହେ ଟଙ୍କା ମାଗି ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ‘ସୁଭଦ୍ରା’ ଯୋଜନାକୁ ନେଇ ଅନେକ ସ୍ଥାନରେ ଟଙ୍କା ଆଦାୟ କରାଯାଉଛି। ଏହାକୁ ନେଇ ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶନ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମନିଗାଁର ଏକ ଜନସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ନେଇ ଆବେଦନକାରୀ ମହିଳାଙ୍କ ଠାରୁ ଜଣଙ୍କ ପିଛା ଶହେ ଟଙ୍କା ଆଦାୟ ହେଉଥିବା ଖବର ‘ସମାଜ’ରେ ପ୍ରକାଶିତ ହୋଇଥିଲା। ଏନେଇ ବଲାଙ୍ଗୀର ଜିଲ୍ଲାପାଳ ତଥା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ସେବା କେନ୍ଦ୍ରର ପରିଚାଳକ ଆକାଶ ସାହୁଙ୍କୁ ଶନିବାର ପୁଲିସ ଗିରଫ କରିଛି। ଏନେଇ ଟିଟିଲାଗଡ଼ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ବିଶ୍ୱଜିତ ମନବୋଧ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି।

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

- Advertisement -

ଜନସେବା କେନ୍ଦ୍ରରେ ମହିଳାମାନେ ମାଗଣାରେ ନିଜ ନାମ ପଞ୍ଜିକରଣ କରିବେ ତାହାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରଶାସନକୁ ନିର୍ଦ୍ଦେଶ ଜାରି ହୋଇଛି। କେହି ଟଙ୍କା ଆଦାୟ କରୁଥିଲେ ପ୍ରଶାସନକୁ ନିର୍ଭୟରେ ଅବଗତ କରିବାକୁ ଏସଡ଼ିପିଓ କହିଛନ୍ତି। ଯୋଜନାରୁ କେହି ଗରିବ ପରିବାରର ମହିଳା ବଞ୍ଚିତ ହେବେ ନାହିଁ। ସୁଭଦ୍ରା ଯୋଜନା ଆବେଦନ ନେଇ କୌଣସି ନିର୍ଦିଷ୍ଟ ତାରିଖ ସରକାର ଘୋଷଣା କରିନାହାନ୍ତି। ତେଣୁ ସୁରୁଖୁରୁରେ ମାଗଣାରେ ନିଜ ନାମ ପଞ୍ଜିକରଣ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ଏସଡିପିଓ ଅନୁରୋଧ କରିଛନ୍ତି।

ଭିଡିଓରେ ଦେଖନ୍ତୁ; କେମିତି ଜଙ୍ଗଲର ରାଜାକୁ ଧୂଳି ଚଟାଇଲା ଜିରାଫ..

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories