Patra electronics

ଭିଡିଓରେ ଦେଖନ୍ତୁ; କେମିତି ଜଙ୍ଗଲର ରାଜାକୁ ଧୂଳି ଚଟାଇଲା ଜିରାଫ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ସାମ୍ନାକୁ ଆସିଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟଚକିତ କରିଥାଏ । କିଛି ଭିଡିଓକୁ ଦେଖିଲେ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଭିଡିଓକୁ ଦେଖି ଆପଣଙ୍କ ହୋସ୍‌ ମଧ୍ୟ ଉଡିଯିବ । ନିକଟରେ ଏଭଳି ହିଁ ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ଆଫ୍ରିକାର ଏକ ଜଙ୍ଗଲର ଚକିତ କରିବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖି ପାରିବେ ଏକ ସିଂହ ଦଳ ଗୋଟିଏ ଜିରାଫ ଉପରେ ଆକ୍ରମଣ କରୁଛନ୍ତି।

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

ଜଙ୍ଗଲର ରାଜା ସିଂହଙ୍କ ଦଳ ଦ୍ୱାରା ଚାରି ଆଡୁ ଘେରି ହୋଇ ରହିଥିବା ଜିରାଫ ପ୍ରଥମେ ଅସହାୟ ନଜର ଆସୁଛି । ମାତ୍ର କିଛି କ୍ଷଣ ପରେ ଯାହା ଘଟୁଛି, ଭିଡିଓ ନ ଦେଖିଲେ ବିଶ୍ୱାସ କରିବେ ନାହିଁ । ଜିରାଫଟି କେବଳ ନିଜ ଜୀବନ ରକ୍ଷା କରୁ ନାହିଁ ବରଂ ସିଂହ ଦଳକୁ ମଧ୍ୟ ଗୋଡରେ ମାରି ସେଠାରୁ ପଳାଇବାକୁ ବାଧ୍ୟ କରୁଛି ।

ଜାଣନ୍ତୁ; ପିଲାଟି ଗଣେଶ ପୂଜା ପାଇଁ ଛୁଟି ପତ୍ରରେ ଲେଖିଲା ଏମିତି..


ସିଂହ ଯୋଜନା କରି ଜିରାଫ ଉପରେ ଆକ୍ରମଣ କରୁଛି । ତଳକୁ ପକାଇ ଶିକାର କରିବାକୁ ଚେଷ୍ଟା କରୁଛନ୍ତି । ଜିରାଫ ନିଜ ଜୀବନ ରକ୍ଷା କରିବାକୁ ସିଂହ ଉପରେ ନିଜ ଗୋଡରେ ବାରମ୍ବାର ଆକ୍ରମଣ କରୁଛି ।
ଜଙ୍ଗଲର ପ୍ରତ୍ୟେକ ଜୀବଙ୍କର ଆତ୍ମରକ୍ଷା କରିବାର ଗୁଣ ରହିଥିବା ଏହି ଘଟଣା ହେଉଛି ଏକ ଉଦାହରଣ । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Comments are closed.