www.samajalive.in
Friday, December 5, 2025
20.1 C
Bhubaneswar

ଜାଣନ୍ତୁ; ପିଲାଟି ଗଣେଶ ପୂଜା ପାଇଁ ଛୁଟି ପତ୍ରରେ ଲେଖିଲା ଏମିତି..

ନୂଆଦିଲ୍ଲୀ : ସ୍କୁଲରୁ ଛୁଟି ନେବା ପାଇଁ ଅନେକ ସମୟରେ ଛାତ୍ରଛାତ୍ରୀ ଖୁବ୍‌ ଆଶ୍ଚର୍ଯ୍ୟଜନକ ବାହାନା କରି ଥାଆନ୍ତି । ଯାହାକୁ ଶୁଣି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବିଶ୍ୱାସ କରନ୍ତି ନାହିଁ । ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି । ଜଣେ ଛାତ୍ର ଗଣେଶ ପୂଜା ବାହାନାରେ ଛୁଟି ଆବେଦନ କରିଥିବା ଏକ ପତ୍ରର ଭିଡିଓ ଏବେ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ପତ୍ରକୁ ପଢି ଯେକେହି ମଧ୍ୟ ହସି ହସି ଗଡିଯିବ ।

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

- Advertisement -

ଛୁଟି ପତ୍ରରେ ଛାତ୍ର ଜଣକ ଗଣେଶ ପୂଜାର ୧୧ ଦିନ ଛୁଟି ମାଗିଛି । ଗଣେଶ ପୂଜା ୧୦ ଦିନ ଓ ୧୧ ଦିନ ବିସର୍ଜନ ହୋଇଥାଏ । ଛାତ୍ର ଜଣକ ଛୁଟି ଆବେଦନ ପତ୍ରରେ ଲେଖିଛି, ୧୧ ଦିନ ସ୍କୁଲ ଆସିବି ନାହିଁ, କାରଣ ବିଶ୍ରାମ ନେବି । ଶେଷରେ ଲେଖିଲା ବାସ୍‌ କଥା ସରିଲା । ଏହି ପୋଷ୍ଟ ଏଯାଏଁ ହଜାର ହଜାର ଲୋକେ ପଢି ସାରିଲେଣି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories