www.samajalive.in
Friday, December 5, 2025
20.1 C
Bhubaneswar

ବାଇକ୍ ଚୋରକୁ କାବୁ କରି ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ଗୁଣପୁର :ବାଇକ୍ ଚୋରି କରି ଦୁଇ ଜଣ ଯୁବକ ଚମ୍ପଟ ମାରୁଥିବା ବେଳେ କାବୁ କଲେ ଗୁମୁଡା ଗ୍ରାମର ସ୍ଥାନୀୟ ଲୋକେ। ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଲଛମନଗୁଡା ଗ୍ରାମର ଲକ୍ଷ୍ମୀକାନ୍ତ ଶବର କୁଜେନ୍ଦ୍ରୀ ଗ୍ରାମ ନିକଟରେ ଚାଷ ଜମିରେ ଚାଷ କରିବା ପାଇଁ ଯାଇଥିଲେ। ରାସ୍ତା ଉପରେ ବାଇକ୍ ରଖି ଚାଷ କାମ କରୁଥିଲେ। ଏହି ସମୟରେ ଦୁଇଜଣ ଅଜଣା ଯୁବକ ବାଇକକୁ ଧରି ଚମ୍ପଟ ମାରିଥିଲେ। ଘଟଣା ହେବାର କିଛି ସମୟ ମଧ୍ୟରେ ଲକ୍ଷ୍ମୀକାନ୍ତ ବାଇକ୍ ଚୋରି ହୋଇଥିବା ନେଇ ପାଖଗ୍ରାମ ଗୁଡିକରେ ସାଙ୍ଗ ସାଥିକୁ ଜଣାଇଥିଲେ। ଗୁମୁଡା ନିକଟରେ ଚୋରି ବାଇକ୍ ଧରି ଚମ୍ପଟ ମାରିଥିବା ଯୁବକକୁ କାବୁ କରିବା ସହ ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ଫାଣ୍ଡି ପୁଲିସ୍ ପାଖରେ ଯୁବକକୁ ଜିମାରେ ଦେଇଥିଲେ ଗୁମୁଡାର କିଛି ଲୋକେ। ଦୁଇଜଣ ଯୁବକ ବାଇକ୍ ଧରି ଯାଉଥିବା ସୂଚନା ରହିଥିବା ବେଳେ ଦୁଇ ଜଣ ଚୋରି କରିଥିବା ଯୁବକକୁ ସ୍ଥାନୀୟ ଲୋକେ ଧରିଥିଲେ । ଜଣେ ଯୁବକ ଗ୍ରାମବାସୀଙ୍କ କବଳରୁ ଦୈାଡି ପଳାଇଥିବା ବେଳେ ଆଉ ଜଣକୁ କାବୁ କରିଥିବା ଜଣାପଡିଛି। ଯୁବକ ଜଣକ କଲ୍ୟାଣସିଂପୁର ଅଞ୍ଚଳର ଜଣାପଡିଛି।

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories