www.samajalive.in
Tuesday, December 9, 2025
16.1 C
Bhubaneswar

ଅକ୍ଷୟକୁମାରଙ୍କ ମେକ୍‌ମ୍ୟାନ୍‌ କଲରାପତରିଆ ବାଘ ଆକ୍ରମଣରେ ଆହତ

ମୁମ୍ବଇ – ଅକ୍ଷୟକୁମାରଙ୍କ ଆଗାମୀ ସିନେମା ବଡେ ମିୟାଁ ଛୋଟେ ମିୟାଁର ମେକଅପ୍‌ ଆର୍ଟିଷ୍ଟଙ୍କୁ କଲରାପତରିଆ ବାଘର ଆକ୍ରମଣ କରିଥିବା ସୂଚନା । ମୁମ୍ବଇ ଫିଲ୍ମ ସିଟି ମଧ୍ୟରେ ଏହି କଲରାପତରିଆ ବାଘ ତାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି ।

ମେକଅପ୍‌ ଆର୍ଟିଷ୍ଟ ଶ୍ରବଣ ବିଶ୍ୱକର୍ମା ସୁଟିଂ ସେଟ୍‌ରୁ ତାଙ୍କର ଜଣେ ବନ୍ଧୁଙ୍କୁ ଛାଡିବା ପାଇଁ ଯାଇଥିବା ବେଳେ ତାଙ୍କୁ କଲରାପତରିଆ ବାଘ ଆକ୍ରମଣ କରିଥିବା ସେ କହିଛନ୍ତି ।

- Advertisement -

ସୁଟିଂ ସେଟ୍‌ରୁ ଏକ ବାଇକ୍‌ରେ ସେ ତାଙ୍କ ସାଙ୍ଗକୁ ଛାଡିବା ପାଇଁ ଯାଉଥିଲେ । ଏହି ସମୟରେ ଗୋଟିଏ ଘୁଷୁରୀ ତାଙ୍କ ଆଗରେ ଦୌଡି ଥିଲା । ଦେଖିବା ବେଳକୁ ଘୁଷୁରୀ ପଛରେ ଗୋଟିଏ କଲରାପତରିଆ ବାଘ ଥିଲା । ଡରରେ ନିୟନ୍ତ୍ରଣ ହରାଇବାରୁ ବାଘ ସହ ତାଙ୍କ ବାଇକ୍‌ ଘଷି ହୋଇଥିଲା । ଏହାପରେ ସେ ତଳେ ପଡିଯାଇଥିଲେ । ବାଘକୁ ପାଖରେ ଦେଖି ଭୟରେ ଚେତାଶୂନ୍ୟ ହୋଇଯାଇଥିଲେ ।

ସେଠାରେ ଅନ୍ୟଲୋକମାନେ ଯିବା ବେଳେ ତାଙ୍କୁ ରାସ୍ତାରେ ପଡିଥିବା ଦେଖି ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ଫିଲ୍ମି ସିଟିରେ କଲରପତରିଆ ବାଘ ଆସିବା କିଛଇ ନୂଆ କଥା ନୁହେଁ । ଅନେକ ସମୟରେ ସେଠାରେ ବାଘ ଦେଖାଯାଉଥିବା ସିନେ ଓ୍ୱାର୍କସ୍‌ ସଂଘ ପକ୍ଷରୁ କୁହାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories