ବ୍ଲକସ୍ତରୀୟ ବିଜ୍ଞାନ ମେଳା : ୨୮୨ଟି ପ୍ରକଳ୍ପ ପ୍ରଦର୍ଶିତ
ଆଠଗଡ : ଆଠଗଡ ବ୍ଲକସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ଖୁଣ୍ଟକଟା ହାଇସ୍କୁଲ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ବାବେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସରପଞ୍ଚ ମନୋଜ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ, ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ, ଶିକ୍ଷାବିତ୍ ଶ୍ରୁତିଧର ପ୍ରଧାନ, ହୃଷିକେଶ ବେହେରା, ଖୁଣ୍ଟକଟା ହାଇସ୍କୁଲ ପ୍ରଧାନଶିକ୍ଷକ ରସାନନ୍ଦ ଘଢେଇ, ବେଣ୍ଟପଦା ହାଇସ୍କୁଲ ପ୍ରଧାନଶିକ୍ଷକ ପବିତ୍ର କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ଏହିପରି ବିଜ୍ଞାନ ମେଳା ନିୟମିତ ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀଙ୍କର ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ମତବ୍ୟକ୍ତ କରିଥିଲେ। ଏହି ବିଜ୍ଞାନ ମେଳାରେ ଆଠଗଡ ବ୍ଲକର ୧୭୪ଟି ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମୋଟ ୨୮୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଶିକ୍ଷକ ଶଶଧର ମହାରଣା ବିଜ୍ଞାନ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା କରିଥିବାବେଳେ ସେଥିରେ ୫୦ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ତହସିଲଦାର ପ୍ରିୟବ୍ରତ ଦାସ, ସମ୍ମାନିତ ଅତିଥିଭାବେ ଆଠଗଡ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି. ଶୁଭ୍ର ଶଙ୍କର ଜ୍ୟୋତି, ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ ସହକାରୀ ବ୍ଲକ ଶିକ୍ଷାଧିକାରୀ ନିତ୍ୟାନନ୍ଦ ବେହେରା ଯୋଗଦେଇ ବିଶ୍ୱ ପ୍ରଗତିରେ ବିଜ୍ଞାନର ଭୂମିକା ଅତୁଳନୀୟ ଏବଂ ବିଜ୍ଞାନ ଦ୍ୱାରା ଅସାଧ୍ୟ ସାଧନ ହୋଇପାରୁଛି ବୋଲି ମତବ୍ୟକ୍ତ କରିଥିଲେ। ବିଜ୍ଞାନ ଶିକ୍ଷକ କାମରାଜ ସାହୁ, ଶ୍ରୀନିବାସ ରାଉତ, ପ୍ରଶାନ୍ତ କୁମାର ସ୍ୱାଇଁ ଓ ନରେନ୍ଦ୍ର କୁମାର ବାରିକ ବିଚାରକ ଭାବେ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ। ଆଠଗଡ ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ପ୍ରଶନ୍ନିତା ତ୍ରିପାଠୀ, କନ୍ତୋଲସ୍ଥିତ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ହିମାଂଶୁ ବେହେରା, କୁଲାଇଲୋର ଏଡିଏସ ବିଦ୍ୟାପୀଠର ଛାତ୍ର ଆଶିଷ ସ୍ୱାଇଁ, ଗୋବରା ହାଇସ୍କୁଲର ଛାତ୍ର ଦିବ୍ୟକାନ୍ତ ସାହୁ, କରିକୋଲ ୟୁପି ସ୍କୁଲର ଛାତ୍ରୀ ପ୍ରତିକ୍ଷା ପ୍ରିୟଦର୍ଶିନୀ ସ୍ୱାଇଁ, କନ୍ତୋଲ ନୋଡାଲ ୟୁପି ସ୍କୁଲର ଛାତ୍ର ବିଶ୍ୱମ୍ ପାଣି ଓ ସଠିଲୋ ବାସୁଦେବପୁର ହାଇସ୍କୁଲର ଛାତ୍ରୀ ଅର୍ପିତା ପତି ପ୍ରମୁଖ ୭ଜଣ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପକୁ ଶ୍ରେଷ୍ଠ ପ୍ରକଳ୍ପ ଭାବେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ କରାଯାଇଥିଲା। ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା ବିଜ୍ଞାନ ମେଳାର ସଂଯୋଜକ ଦାୟିତ୍ୱ ତୁଲାଇଥିବା ବେଳେ ନିଳମଣୀ ନାୟକ ମଞ୍ଚ ପରିଚାଳନା ଓ ଶଶଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.