www.samajalive.in
Monday, December 15, 2025
24.1 C
Bhubaneswar

ଆଜି ଧାମନଗର ଫଳ; କିଏ ଜିତିବ ବାଜି ?

ଭୁବନେଶ୍ବର: କିଏ ଜିତିବ ଧାମନଗର ବାଜି ? କାହାମୁଣ୍ଡରେ ବିଜୟର ତିଳକ ଲଗାଇବେ ଧାମନଗରବାସୀ ? ଧାମନଗର ଉପନିର୍ବାଚନ ଫଳ ଉପରେ ସରା ଓଡ଼ିଶା ନଜର ରଖିଛି । ଏଥିପାଇଁ ସବୁଠି ଉତ୍କଣ୍ଠା ପ୍ରକାଶ ପାଇଛି। ଭୋଟ ଗଣତି ଲାଗି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ଜିଲାପାଳଙ୍କ ହତା ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ୮ଟାରୁ ଆରମ୍ଭ ହେବ ଭୋଟ୍‌ ଗଣତି ।  ଗଣତି ଲାଗି ୧୪ ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ମୋଟ ୨୫୨ଟି ବୁଥ୍‌ ଲାଗି ୧୮ ରାଉଣ୍ଡ ଗଣତି ହେବ ବୋଲି ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗଣତିରେ ସାମିଲ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱିତୀୟ ଦଫା ତାଲିମ ବି ଶେଷ ହୋଇଛି। ଅପରପକ୍ଷେ ଏହି ନିର୍ବାଚନ ରାଜ୍ୟର ସବୁଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ବିରୋଧୀଦଳର ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଉପନିର୍ବାଚନର ଆବଶ୍ୟକତା ପଡିଥିଲା। ଏଣୁ ଏହି ଆସନକୁ ନିଜ କବଜାରେ ରଖିବା ବିଜେପି ପାଇଁ ଆହ୍ୱାନ ଥିଲା। ଅନୁରୂପ ଭାବେ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ସତ୍ତ୍ବେ ଉପନିର୍ବାଚନରେ ବିଜୟଧାରା

- Advertisement -

ବଜାୟ ରଖିବା ବିଜେଡି ପାଇଁ ମଧ୍ୟ ଆହ୍ୱାନ ହୋଇଛି। ସେହିଭଳି ବିଦ୍ରୋହ କରି ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିବା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ରାଜନୈତିକ ଭବିଷ୍ୟତ ମଧ୍ୟ ନିର୍ଣ୍ଣୟ କରିବ ଏହି ଉପନିର୍ବାଚନର ଫଳ । ଆହୁରି ମଧ୍ୟ କଂଗ୍ରେସ ପ୍ରତି ଭୋଟରଙ୍କ ଆଭିମୁଖ୍ୟ କ’ଣ ତାହାର ଆଭାସ ବି ଏହି ଉପନିର୍ବାଚନରୁ ବୁଝାପଡିବ। ଏଣୁ ସବୁ ଦଳର ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମୀ ସର୍ବୋପରି ରାଜ୍ୟର ରାଜନୈତିକ ମହଲ ଖୁବ ଉତ୍କଣ୍ଠାର ସହ ଧାମନଗର ଉପନିର୍ବାଚନର ଫଳାଫଳକୁ ଚାହିଁ ବସିଛନ୍ତି।

 

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories