(୧) କିଏ ଜିତିବ ଧାମନଗର ବାଜି ?.. କାହାମୁଣ୍ଡରେ ବିଜୟର ତିଳକ ଲଗାଇବେ ଧାମନଗରବାସୀ… ସରା ଓଡ଼ିଶା ରଖିଛି ନଜର… ଆଜି ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି… ହୋଇଛି ୧୪ଟି ଟେବୁଲର ବ୍ୟବସ୍ଥା… ୧୮ଟି ରାଉଣ୍ଡରେ ଗଣାଯିବ ଭୋଟ୍… ଇଭିଏମରେ ସିଲ୍ ହୋଇଛି ନେତାଙ୍କ ଭାଗ୍ୟ…
(୨) ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ… ଡିସେମ୍ବର ୫ରେ ହେବ ପଦ୍ମପୁର ଉପନିର୍ବାଚନ… ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି… ୧୭ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ… ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ… ଡିସେମ୍ବର ୮ ତାରିଖରେ ହେବ ଭୋଟ୍ ଗଣତି…
(୩) ଭାରତର ବିକାଶ ଯାତ୍ରାକୁ ପୁଣି ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା… ଜାତୀୟ ଏକତା ଦିବସରେ ଭାରତକୁ ପ୍ରଶଂସା କଲେ ଭ୍ଲାଦିମିର୍ ପୁଟିନ୍… କହିଲେ ଭାରତର ନାଗରିକ ପ୍ରତିଭାବାନ ଓ ଅତ୍ୟନ୍ତ ସକ୍ଷମ… ରାଷ୍ଟ୍ରକୁ ବିକାଶ ରାସ୍ତାରେ ନେଉଛନ୍ତି ଭାରତୀୟ… ପୂର୍ବରୁ ମୋଦୀଙ୍କ ସ୍ୱାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ ପୁଟିନ୍…
(୪) ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷାକୁ ନିନ୍ଦାକଲା ଭାରତ… ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ କଡ଼ା ନିନ୍ଦା… କ୍ଷେପଣାସ୍ତ୍ର ପରୀକ୍ଷା ଦ୍ବାରା ଶାନ୍ତି ଓ ସ୍ଥିତାବସ୍ଥା ହେଉଛି ଗୁରୁତର ପ୍ରଭାବିତ… ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପରୁ ବିରତ ରହିବା ଉଚିତ୍ ବୋଲି କହିଲେ ରୁଚିକା ଖାମ୍ବୋଜ…
(୫) ରାଜଧାନୀ ନୂଆଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ… ଦିଲ୍ଲୀ ସ୍ଥିତିକୁ ନେଇ କେଜରିୱାଲଙ୍କୁ ହିଟଲରଙ୍କ ସହ ତୁଳନା କଲା ବିଜେପି… ପ୍ରଦୂଷଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କହିଲେ ବିଜେପି ନେତା ତେଜିନ୍ଦର ପାଲ୍ ସିଂହ… କେଜରିୱାଲଙ୍କୁ ହିଟଲରଙ୍କ ସହ ତୁଳନା କରି ଦିଲ୍ଲୀ ବିଜେପି ମୁଖ୍ୟାଳୟ ସମ୍ମୁଖରେ ମରାଗଲା ପୋଷ୍ଟର…



