www.samajalive.in
Monday, December 15, 2025
27.1 C
Bhubaneswar

ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷାକୁ ଭାରତର ନିନ୍ଦା

ନୂଆଦିଲ୍ଲୀ: ଉତ୍ତର କୋରିଆ ତରଫରୁ କେତେକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା ବେଳେ ଏହାକୁ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ତରଫରୁ ନିନ୍ଦା କରାଯାଇଛି। ଉତ୍ତର କୋରିଆ ତରଫରୁ କ୍ଷେପଣାସ୍ତ୍ର ପରୀକ୍ଷା ଦ୍ବାରା ସେହି ଅଞ୍ଚଳରେ ଶାନ୍ତି ଓ ସ୍ଥିତାବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା ଖାମ୍ବୋଜ କହିଛନ୍ତି। ଏପରି କରି ଉତ୍ତର କୋରିଆ ଜାତିସଂଘ ସୁରକ୍ଷା ପରିଷଦରେ ପାରିତ ପ୍ରସ୍ତାବକୁ ଉଲ୍ଲଙ୍ଘନ କରିଛି। ଉତ୍ତର କୋରିଆ ତୁରନ୍ତ କ୍ଷେପଣାସ୍ତ୍ର ପରୀକ୍ଷା ଭଳି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେବାରୁ ବିରତ ରହିବା ଉଚିତ୍‌ ବୋଲି ରୁଚିକା କହିଛନ୍ତି। ସେହିପରି ଜାତିସଂଘ ମହାସଚିବ ମଧ୍ୟ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷାକୁ ନିନ୍ଦା କରିଛନ୍ତି।
ସୂଚନାଥାଉ କି ଗୁରୁବାର ଉତ୍ତର କୋରିଆ ନିଜର ଏକ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା, ଯାହାକି ଜାପାନ ସାଗରରେ ପଡ଼ିଥିଲା। ଏହାକୁ ନେଇ ଦକ୍ଷିଣ କୋରିଆ ତରଫରୁ ଆପତ୍ତି ଉଠାଯାଇଥିଲା।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories