ଚୋରି ହୋଇଥିଲା ୪୧ ଲକ୍ଷ -ପିଶାଚ କିମ୍ବା ଜିନ୍ ଚୋରି କରୁଥିବା ବିଶ୍ୱାସ କରିଥିଲେ ହେଲେ..
ମୁମ୍ବାଇ – ମୁମ୍ବାଇରେ ଜଣେ ବ୍ୟବସାୟୀଙ୍କ ଘରୁ ଲଗାତାର ଭାବେ ଚୋରି ହେଉଥିଲା । ଟଙ୍କା ସୁନା ସହ ଅନ୍ୟ ମୂଲ୍ୟବାନ ଜିନିଷ ଚୋରି ହେଉଥିଲା । ହେଲେ ଘର ଲୋକ ଏହା କୌଣସି ଦୁଷ୍ଟ ଆତ୍ମା ବା ପିଶାଚର କାମ ଭାବି ଅଭିଯୋଗ କରି ନଥିଲେ । ଏହି ଘଟଣାରେ ୨୨ ବର୍ଷିୟ ହୁସେନ୍ ଏବଂ ୧୯ ବର୍ଷିୟ ଆବାସ୍ କୁ ଗିରଫ କରାଯାଇଛି ।
ଦକ୍ଷିଣ ମୁମ୍ବଇର ବାଇକୁଲାରେ ବସବାସ କରୁଥିବା ଏହି ବ୍ୟବସାୟୀଙ୍କ ଘରେ ଗତ ଫେବ୍ରୁଆରୀ ମାସରୁ ଏହି ଚୋରି ଆରମ୍ଭ ହୋଇଥିଲା । କୌଣସି ପିଶାଚ କିମ୍ବା ଜିନ୍ ଏହି ଚୋରି କରୁଥିବା ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଭାବୁଥିଲେ । ପରେ ସେପ୍ଟେମ୍ବର ମାସରେ ସେମାନେ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ସେତେବେଳକୁ ୪୦ ଲକ୍ଷ ୯୮ ହଜାର ଟଙ୍କା ଚୋରି ହୋଇ ସାରିଥିଲା ।
ସେପ୍ଟେମ୍ବର ମାସରେ ବ୍ୟବସାୟୀଙ୍କ ଘରୁ ଲଗାତାର ୪ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୧୦ ଲକ୍ଷ ଟଙ୍କା ନଗଦ ଚୋରି ହୋଇଥିଲା । ଥାନାରେ ଅଭିଯୋଗ ପାଇଁ ତାଙ୍କର ଚିହ୍ନା ପୁଲିସ କହିଥିଲେ । ପୁଲିସ ତଦନ୍ତ ବେଳେ ଏହା ସେହି ବ୍ୟବସାୟୀଙ୍କ ସମ୍ପର୍କୀୟ ୧୩ ବର୍ଷର ଝିଆରୀ ଚୋରି କରୁଥିବା ଜାଣିବା ପାଇଁ ପାଇଥିଲା । ସେ ସୁରାଟରେ ରହୁଥିବା ତା ଭାଇମାନଙ୍କ ପାଇଁ ନିୟମିତ ଭାବେ ଚୋରି କରୁଥିଲା । ସେମାନେ ତାକୁ ଧମକାଇବା ସହ ଚୋରି କରିବା ପାଇଁ କହିଥିଲେ । ଏହି ଘଟଣାରେ ୨୨ ବର୍ଷିୟ ହୁସେନ୍ ଏବଂ ୧୯ ବର୍ଷିୟ ଆବାସ୍ ସହ ନାବାଳିକାକୁ ଗିରଫ କରାଯାଇଛି ।
Comments are closed.