www.samajalive.in
Monday, December 15, 2025
24.1 C
Bhubaneswar

ଭାଲୁବୁଟ୍ରା ଗ୍ରାମରେ ବଢୁଛି ଝାଡା ବାନ୍ତି – ୧୧ ଆକ୍ରାନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି

କଲମପୁର – କଲମପୁର ବ୍ଲକ ଅଧିନସ୍ଥ ଭାଲୁବୁଟ୍ରା ଗ୍ରାମରେ ଝାଡା ବାନ୍ତି ରୋଗର ପ୍ରକୋପ ଦେଖା ଦେଇଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ଲୋକ ଆକ୍ରାନ୍ତ ମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ସୁଚନା ଅନୁସାରେ ଭାଲୁବୁଟ୍ରା ଗ୍ରାମର ସୁରେଖା ଶବର, ଦେବେନ୍ଦ୍ର ଶବର, ସେବତୀ ଶବର, ଦୟା ଶବର, ବିଦ୍ୟୁତ୍‌ ଶବର, ଭବେନ୍ଦ୍ର ମାଝୀ, ହରି ମାଝୀ, ତପସ୍ୱିନୀ ମାଝୀ ଓ ଯଶୋବନ୍ତ ବାଗ ପ୍ରମୁଖ ୯ ଜଣ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇଥିଲେ । ସେମାନଙ୍କୁ ପରିବାର ଲୋକ ବିଳମ୍ବିତ ରାତିରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ବର୍ତମାନ ସେମାନଙ୍କୁ ସଂକ୍ରମଣ ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଛି । ଶେଷ ଖବର ସୁଦ୍ଧା ପୁଣି ଦୁଇ ଜଣ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।

- Advertisement -

କେଉଁ କାରଣରୁ ଏମାନେ ଝାଡା ବାନ୍ତି ରୋଗରେ ସଂକ୍ରମିତ ହେଲେ ସେ ନେଇ ସ୍ପଷ୍ଟ ହେଇ ନାହିଁ । ଅନ୍ୟପଟେ ଏକ ମଇଳା ନାଳି ନିକଟରେ ନଳକୂଅ ଥିବାରୁ ନାଳିର ଦୁଷିତ ପାଣି ପଶିଯାଇ ଥିବା ସନ୍ଦେହ କରାଯାଉଛି । ତୁରନ୍ତ ଏନେଇ ବ୍ଲକ ପ୍ରଶାସନ ସୁଚନା ପାଇବା ପରେ ଘଟଣା ସ୍ଥଳକୁ ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ବିଭାଗ କର୍ମ·ରୀ ଝାଡା ବାନ୍ତି ରୋଗ ପ୍ରଭାବିତ ଗାଁରେ ପହଂଚି ନଳକୂଅର ଅବସ୍ଥା ଦେଖିବା ସହ ସେହି ନଳ ପାଣିକୁ ବ୍ୟବହାର ନକରିବା ପାଇଁ ଗ୍ରାବାସୀଙ୍କୁ ଅନୁରୋଧ କରିଥିଲେ ।

ଏହାସହ ଡାକ୍ତର ଅମୁଲ୍ୟ କୁମାର ବେହେରାଙ୍କ ନତୃତ୍ୱରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଦଳ ଗାଁ ରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ମଧ୍ୟରେ ଝାଡା ବାନ୍ତି ରୋଗ ନିରାକରଣ ନେଇ ସଚେତନ କରାଇଥିଲେ । ଏନେଇ କଲମପୁର ଗସ୍ଥରେ ଆସିଥିବା ବିଧାୟକ ମୌଷଧି ବାଗ ସୁଚନା ପାଇବା ପରେ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ତା ପ·ରି ବୁଝିବା ସହ ଡାକ୍ତର ଓ ରୋଗୀ ମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories