MEllora 950×100

ଏବେ ବି ହାତୀ ନଦୀର ଆଁ ଭିତରେ ଗାଁ – ସୁରକ୍ଷା ଓ କୃଷି ବିକାଶ କେନ୍ଦ୍ର ସ୍ଥାପନ ପାଇଁ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ

କଲମପୁର – କଳାହାଣ୍ଡିରେ ବନ୍ୟା ଆସିଲେ ଚର୍ଚ୍ଚାର ପରିଧିକୁ ଆସେ ହାତୀ ନଦୀ କୂଳରେ ଥିବା କଲମପୁର ବ୍ଲକ ଅଧିନସ୍ଥ ବାଲିଛଡା ଗାଁ । ଏହି ଗାଁର ସୁରକ୍ଷା ନେଇ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି । ତଥାପି ସୁଧୁରୁନି ଗ୍ରାମର ଅବସ୍ଥା । ଏବେ ବି ହାତୀ ନଦୀର ଆଁ ଭିତରେ ଏହି ଗାଁ । ଏହି ଗାଁର ସୁରକ୍ଷା ତଥା ଗାଁ ରେ ଥିବା ସରକାରୀ ଜମିର ସଠିକ ବିନିଯୋଗ କରି ଅଂଚଳର ବିକାଶ ନେଇ ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଆବାହନ କ୍ରମେ କୃଷି, ଉଦ୍ୟାନ କୃଷି ଓ ପ୍ରଣୀ ସମ୍ପଦ ବିଭାଗ ସହ ଗ୍ରାମବାସୀଙ୍କ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେଇଯାଇଛି ।

ବନ୍ୟା ଆଶ୍ରୟ ସ୍ଥଳରେ ଆୟୋଜିତ ଏହି ବୈଠକରେ ଶ୍ରୀ ସିଂହଦେଓଙ୍କ ସମେତ ବି.ଡି.ଓ ପ୍ରଶନ୍ନ କୁମାର ପଟେଲ, ମନରେଗା ଯୋଜନାର ସହକାରୀ ପ୍ରକଳ୍ପ ଅଧିକାରୀ ବେଲାଳସେନ ସେନାପତି, ଜିଲ୍ଲାପରିଷଦ ସଭ୍ୟା ଦୁହିତା ମାଝୀ ପ୍ରମୁଖ ଉପସ୍ଥିତ ରହି ହାତୀ ନଦୀରେ ସୁରକ୍ଷା ବାଡ ଦେଇ ଗାଁକୁ ସୁରକ୍ଷା କରିବା ସହ କୃଷି ବିକାଶ ଓ ତାଲିମ କେନ୍ଦ୍ର ସ୍ଥାପନ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହାଦ୍ୱାରା ଛତୁ·ଷ, ମହୁ, ପନିପରିବା ସମେତ ଧାନ ଗବେଷଣା କେନ୍ଦ୍ର ଆଦି ସ୍ଥାପନ କରାଯାଇ ଅଂଚଳର ବିକାଶ ହେଇ ପାରିବ ମତ ପ୍ରକାଶ ପାଇଛି ।

Comments are closed.