ସରକାରୀ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କୁ କାମୁଡ଼ି ଲହୁ ଲୁହଣ କଲା ବୁଲା କୁକୁର

ହାଇଦ୍ରାବାଦ – ଏବେ ଦେଶର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ସହ ପୋଷା କୁକୁର ଅନ୍ୟମାନଙ୍କୁ ଆକ୍ରମଣ କରିବା ଖବର ବିଭିନ୍ନ ସମୟରେ ଶୁଣିବା ପାଇଁ ମିଳୁଛି । କେତେକ ସ୍ଥାନରେ କୁକୁରମାନେ ଲୋକଙ୍କୁ କାମୁଡି ଲହୁ ଲୁହାଣ କରି ଦେଉଛନ୍ତି । ଡାକ୍ତରଙ୍କୁ ଛାଡି ନାହାନ୍ତି ବୁଲା କୁକୁର । ହାଇଦ୍ରାବାଦରେ ଥିବା ଏକ ଡାକ୍ତରଖାନା ଭିତରେ ବୁଲା କୁକୁରମାନେ ଜଣେ ମହିଳା ଡାକ୍ତରଙ୍କୁ କାମୁଡି ଲହୁ ଲୁହାଣ କରିଛନ୍ତି ।

prayash

ହାଇଦ୍ରାବାଦରେ ଥିବା ସରକାରୀ ଡାକ୍ତରଖାନାରେ ଛାତି ରୋଗ ବିଭାଗର ଡାକ୍ତରଙ୍କୁ କୁକୁରମାନେ ଆକ୍ରମଣ କରିଛନ୍ତି । ଜଣେ ମହିଳା ଡାକ୍ତର ରୋଗୀଙ୍କୁ ଦେଖିବା ପାଇଁ ଯାଇଥିଲେ। ହେଲେ ରୋଗୀଙ୍କର ମୃତ୍ୟୁ ହୋଇ ସାରିଥିଲେ । ସେହି ସମୟରେ ସେଠାରେ କେହି ସୁରକ୍ଷା କର୍ମୀ ନଥିଲେ । ମହିଳା ଡାକ୍ତର ଜଣଙ୍କ ବାହାରକୁ ବାହାରିବା ସମୟରେ ବୁଲା କୁକୁର ତାଙ୍କ ଗୋଡକୁ କାମୁଡି ଧରିଥିଲା । ସେଠାରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ ରକ୍ଷା କରିଥିଲେ । ସବୁଠାରୁ ଲଜ୍ୟା ଜନକ କଥା ହେଉଛି ଡାକ୍ତରଖାନରେ ଟିଟି କିମ୍ବା କୁକୁର କାମୁଡା ପାଇଁ ଆଣ୍ଟି ରାବିଜ୍‌ ଟିକା ଉପଲବ୍ଧ ନଥିଲା । ପରେ ମହିଳା ଡାକ୍ତରଙ୍କୁ ଅନ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

ଡାକ୍ତରଖାନାରେ ବୁଲୁଥିବା କୁକୁରମାନଙ୍କୁ ଷ୍ଟେରିଲାଇଜ୍‌ କରାଯାଇଥିବା ସହ ଆଣ୍ଟି ରାବିଜ୍‌ ଟିକା ଦିଆଯାଇଥିବା ହାଇଦ୍ରାବାଦ ପୌର ନିଗମର ପଶୁ ଡାକ୍ତର କହିଛନ୍ତି ।

Comments are closed.