ସରପଞ୍ଚ ଠିକାଦାର ବିବାଦ, ସରିଲାଣି ରାସ୍ତା କାମ ମିଳିନି ଶ୍ରମିକଙ୍କ ପାଉଣା -ଜିଲାପାଳଙ୍କୁ ଗୁହାରୀ କଲେ
ସମ୍ବଲପୁର, : ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅର୍ନ୍ତଗତ ଡାକରା ପଞ୍ଚାୟତର ପୁରୁଣା ପାଣି ଗ୍ରାମକୁ ସଂଯୋଗ କରୁଥିବା ନୁଆ ରାସ୍ତା କାମରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କ ପାରିଶ୍ରମିକ ପାଉଣା ମିଳି ନ ଥିବାରୁ ସେମାନେ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ।
ପୀଡିତ ଶ୍ରମିକ ମାନେ ମଙ୍ଗଳବାର ଜିଲାପାଳଙ୍କୁ ଦେଇଥିବା ଦାବିପତ୍ର ଅନୁଯାୟୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପ୍ରଦତ୍ତ ପାଣ୍ଠିରେ କରାଯାଇଥିବା ରାସ୍ତା କାମର ପାଉଣା ନ ମିଳିବାରୁ ସେମାନେ ମାନେଶ୍ୱର ବିଡିଓ ଙ୍କ ନିକଟକୁ ବାରମ୍ବାର ଦୌଡିଥିଲେ । ପରବର୍ତ୍ତୀ ସମୟରେ ବିଡିଓ ଉକ୍ତ ଟଙ୍କା ଡାକରା ସରପଞ୍ଚକୁ ପଇଠ କରିଥିବାର ଜଣାଇଥିଲେ । ଏ ସର୍ମ୍ପକରେ ଠିକାଦାର ଓ ସରପଞ୍ଚ ଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଥିବାରୁ ଆଜି ପର୍ଯ୍ୟନ୍ତ ସେମାନେ ସେମାନଙ୍କର ପ୍ରାପ୍ୟ ପାଇ ନାହାନ୍ତି ।
ଏଣୁ ସେମାନଙ୍କୁ ପାରିଶ୍ରମିକ ପାଉଣା ପ୍ରଦାନ କରିବାକୁ ଜିଲାପାଳଙ୍କୁ ସାକ୍ଷାତକାର କରି ଦାବି କରିଛନ୍ତି ।
Comments are closed.