www.samajalive.in
Sunday, December 7, 2025
14.1 C
Bhubaneswar

୮୦ ପ୍ରତିଶତ ଆତ୍ମହତ୍ୟା ରୋକାଯାଇପାରିବ: ମାନସିକ ରୋଗ ବିଶେଷଜ୍ଞ

ଭୁବନେଶ୍ୱର : ପ୍ରାୟ ୮୦ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେବା ପୂର୍ବରୁ ସେମାନଙ୍କର ମାନସିକ ସ୍ଥିତି ବିଷୟରେ କେତେକ ସଂକେତ ଦେଇଥାନ୍ତି । ତେବେ ଏଭଳି ସଂକେତ ପାଇବା କ୍ଷଣି ତୁରନ୍ତ ଏ ଦିଗରେ ପଦକ୍ଷେପ ନେଲେ ଆତ୍ମହତ୍ୟାଜନିତ ମୃତ୍ୟୁକୁ ଅଟକାଇ ହେବ ବୋଲି ଶନିବାର ଜଣେ ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି ।

ଅଧିକାଂଶ ଯୁବବର୍ଗ ତାଙ୍କ ମାନସିକ ଅବସ୍ଥା ନେଇ ପୂର୍ବ ସୂଚନା ଦେଇଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟ, ସହକର୍ମୀ, ଶିକ୍ଷକ କିମ୍ବା ବନ୍ଧୁମାନେ ଏହାକୁ ଅଣଦେଖା କରିଥାନ୍ତି ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ ।

- Advertisement -

ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌ ନର୍ସିଂ କଲେଜର ମେଂଟାଲ୍‌ ହେଲ୍‌ଥ ନର୍ସିଂ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ସାହୁ । ଡାକ୍ତର ସାହୁ କହିଛନ୍ତି ଏହି ଆତ୍ମହତ୍ୟାକୁ ରୋକାଯାଇପାରିବ ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିପଦସଂକୁଳ ସଂକେତଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ଏଭଳି ଚରମ ନିଷ୍ପତି ନେବାକୁ ଯାଉଥିବା ବ୍ୟକ୍ତିଙ୍କୁ ରୋକାଯିବା ଜରୁରୀ ।

ଯଦି କେହି ବେଶୀ ଦିନ ରହିବ ନାହିଁ ବୋଲି କହୁଛି ବା ବିଦାୟ ନେବା ପାଇଁ ବନ୍ଧୁଙ୍କୁ ଦେଖାକରୁଛି ବା ନିଜର ଆସବାବପତ୍ର ଅନ୍ୟମାନଙ୍କୁ ଦେଇ ଦେଉଛି ତେବେ ଏହାକୁ ଗୁୁରୁତ୍ୱ ସହ ନେବା ଉଚିତ୍‌ । ୩୫ ପ୍ରତିଶତ ଆତ୍ମହତ୍ୟା ମାମଲା ପାରିବାରିକ ସମସ୍ୟା ଓ କଳହ ଯୋଗୁଁ ଘଟିଥାଏ ବୋଲି ସେ କହିଛନ୍ତି । ତେଣୁ ଜଣେ ମଣିଷର ଭାବନାକୁ ବୁଝିବା ସହ ସେ କରୁଥିବା ଅଭିଯୋଗ ଗୁରୁତ୍ୱ ସହ ନେବା ଉଚିତ୍‌ । ତାଙ୍କୁ ଏକୁଟିଆ ଛାଡିବା ଉଚିତ୍‌ ନୁହେଁ ଏବଂ ଯଦି ସମସ୍ୟା ଅଧିକ ଗୁରୁତର ହୋଇଥାଏ ତେବେ ଖୁବ୍‌ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ ବୋଲି ଡାକ୍ତର ସାହୁ କହିଛନ୍ତି ।
ମାନସିକ ଚାପ, ଆତ୍ମହତ୍ୟା ପ୍ରବଣତା, ପରିବାର ଏବଂ ବନ୍ଧୁଙ୍କ ସହଯୋଗ ହରାଇବା, ଏକୁଟିଆ ରହିବା, ବେରୋଜଗାରୀ, ନିଶା ଏବଂ ମାଦକ ଦ୍ରବ୍ୟ ସେବନ ଓ ମାନସିକ ଚାପ ପ୍ରଭୃତି ହିଁ ଆତ୍ମହତ୍ୟାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।
୧୫ ରୁ ୨୪ ବର୍ଷର ଯୁବପିଢ଼ିଙ୍କ କ୍ଷେତ୍ରରେ ଘଟୁଥିବା ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା । ଆତ୍ମହତ୍ୟା ଜନିତ ମୃତ୍ୟୁର ଦୁଇ ତୃତୀୟାଂଶ ୧୮ରୁ ୨୪ ବର୍ଷ ବୟସର ଯୁବପିଢ଼ିଙ୍କ କ୍ଷେତ୍ରରେ ଘଟିଥାଏ ।
ଆତ୍ମହତ୍ୟା କରିବା ପୂର୍ବରୁ ଏହାର ଲକ୍ଷଣ ପ୍ରାୟତଃ ଦେଖାଯାଇଥାଏ । ଜଣେ ବ୍ୟକ୍ତି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ମାନସିକ ଚାପରେ ଥିବା ସମୟରେ ଆତ୍ମହତ୍ୟା ଉଦ୍ୟମ କରିଥାଏ । ତେବେ ସେହି ଘଡି଼ସନ୍ଧି ମୁହୂର୍ତରେ ଯଦି ସେହି ଚାପରୁ ବାହାର କରିବା ପାଇଁ ସାହାଯ୍ୟ କରାଯାଏ ତେବେ ତାଙ୍କର ଜୀବନ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ଶିବଶକ୍ତି ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଧ୍ୟାତ୍ମିକ ମାର୍ଗ ଦ୍ୱାରା ହିଁ ଆତ୍ମହତ୍ୟା ଭଳି ସମସ୍ୟାକୁ ରୋକା ଯାଇପାରିବ । ତେଣୁ ଧ୍ୟାନ ଦ୍ୱାରା ସକାରାତ୍ମକ ମନୋବୃତି ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ସୋଆ ନର୍ସିଂ କଲେଜର ଡିନ୍‌ ପ୍ରଫେସର ପ୍ରଭାତି ତ୍ରୀପାଠି ଏବଂ ଆସୋସିଏଟ୍‌ ଡିନ୍‌ ଡକ୍ଟର ସସ୍ମିତା ଦାସ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ମାନସିକ ଚାପ ଏବଂ ଅସହାୟତା ସମ୍ପର୍କିତ ନାଟକ ପରିବେଷଣ କରିଥିଲେ ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories