www.samajalive.in
Monday, December 15, 2025
24.1 C
Bhubaneswar

ବିମାନ ଇନ୍ଧନରେ ଉତ୍ପାଦ ଶୁଳ୍କ ଓଡ଼ିଶାରେ ସର୍ବନିମ୍ନ : ଶଶିଭୂଷଣ

ଭୁବନେଶ୍ୱର : ଦେଶର ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଓଡ଼ିଶାରେ ବିମାନ ଟର୍ବାଇନ୍‍ ଇନ୍ଧନ (ଏଟିଏଫ୍‍) ଉପରେ ନିଆଯାଉଥିବା ଉତ୍ପାଦ ଶୁଳ୍କ ସବୁଠାରୁ କମ୍‍ ରହିଛି। ଓଡ଼ିଶା ସରକାର ଏଟିଏଫ୍‍ କ୍ଷେତ୍ରରେ ତିନି ପ୍ରକାର ଉତ୍ପାଦ ଶୁଳ୍କ ନେଉଛନ୍ତି। ରିଆତି ବର୍ଗରେ ଅନ୍ତର୍ଜାତୀୟ ରୁଟ୍‍କୁ ଉଡାଣ କରୁଥିବା ବିମାନ, ଆଞ୍ଚଳିକ ଉଡାଣ ଏବଂ ଘରୋଇ ଉଡାଣ ଏଭଳି ୩ଟି ଶ୍ରେଣୀରେ ରାଜ୍ୟ ସରକାର ଭିନ୍ନ ଭିନ୍ନ ଉତ୍ପାଦ ଶୁଳ୍କ ଲାଗୁ କରିଛନ୍ତି। ଏଥିରେ ରିଆତି ବର୍ଗରେ କ୍ୱାଲାଲୁମ୍ପୁର ଭଳି ଅନ୍ତର୍ଜାତୀୟ ରୁଟ୍‍କୁ ଉଡାଣ କରୁଥିବା ବିମାନ ପାଇଁ ଶୂନ୍ୟ ପ୍ରତିଶତ, ଝାରସୁଗୁଡା ଭଳି ଆଞ୍ଚଳିକ ଉଡାଣ ପାଇଁ ୨% ଏବଂ ଦିଲ୍ଲୀ, ବେଙ୍ଗାଲୁରୁ ଓ କଲକାତା ଭଳି ଘରୋଇ ଉଡାଣ କ୍ଷେତ୍ରରେ ବିମାନ ଇନ୍ଧନରେ ୫% ଉତ୍ପାଦ ଶୁଳ୍କ ନେଉଛନ୍ତି। ତେବେ କେନ୍ଦ୍ର ସରକାର ଏଟିଏଫ୍‍ ଉପରେ ୧୪% ଉତ୍ପାଦ ଶୁଳ୍କ ଧାର୍ଯ୍ୟ କରିଛନ୍ତି। ଭାରତ ସରକାରଙ୍କ ତୁଳନାରେ ଓଡ଼ିଶା ସରକାର ବିମାନ ଇନ୍ଧନ ଉପରେ କମ୍‍ ଉତ୍ପାଦ ଶୁଳ୍କ ନେଉଥିବା ରାଜ୍ୟ ଅର୍ଥ ମନ୍ତ୍ରୀ ଶିଶିଭୂଷଣ ବେହେରା କହିଛନ୍ତି। କେନ୍ଦ୍ର ସରକାର ଅଧିକ ଟିକସ ନେଇ ସବୁ କଥାରେ ଓଡ଼ିଶା ଆଡକୁ ଅଙ୍ଗୁଳି ନିର୍ଦେଶ କରି ରାଜ୍ୟ ସରକାରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ କଥା। ଚଳିତମାସରେ ଉତ୍ପାଦ ଶୁଳ୍କରେ ହ୍ରାସ ସମୟରେ କେନ୍ଦ୍ର ସରକାର ତୈଳ ବିପଣନକାରୀ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲିଟର ପିଛା ୧ ଟଙ୍କା ହ୍ରାସ କରିବା ନେଇ ଯେଉଁ ଘୋଷଣା କରିଥିଲେ ଏଯାଏ ତାହା କାର୍ଯ୍ୟକାରୀ ହୋଇନାହିଁ। ସବୁକଥାରେ କେନ୍ଦ୍ର ସରକାର ନିଜେ ଦେଇଥିବା ଜବାବ୍‍ ରକ୍ଷା କରିପାରୁ ନ ଥିବା ଶ୍ରୀ ବେହେରା କହିଛନ୍ତି। ଏସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଚାଲାକି ଧରାପଡିଲା ଯେଉଁଦିନ ଉତ୍ପାଦ ଶୁଳ୍କରେ ହ୍ରାସ ଘୋଷଣା କରାଗଲା ତାହାର ପରଦିନ ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ନିମନ୍ତେ ଦିନ ଘୋଷଣା ହେଲା ବୋଲି ଶ୍ରୀ ବେହେରା କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories