www.samajalive.in
Thursday, December 11, 2025
27.1 C
Bhubaneswar

ବିଦ୍ୟୁତ୍‍ ତାର ସ୍ପର୍ଶରେ ହାତୀ ମୃତ

ଅମ୍ବାଭୋନା : ଅମ୍ବାଭୋନା ଥାନା ଡୁଙ୍ଗୁରୀ ଫରେଷ୍ଟ ସେକ୍ସନର ହୁରସୁରୀ-ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ଦୁର୍ବୃତ୍ତମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟିର ବୟସ ପାଖାପାଖି ୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଦୁର୍ବୃତ୍ତମାନେ ହାତୀଟିର ଗୋଟିଏ ଦାନ୍ତକୁ କାଢ଼ି ନେଇଥିବା ବେଳେ ଅନ୍ୟ ଦାନ୍ତକୁ କାଢ଼ିବାରେ ବିଫଳ ହୋଇଥିବା ଅନୁମାନ କରାଯାଉଛି। ମଙ୍ଗଳବାର ରାତିରେ ଘଟଣା ଘଟିଥିବା ବେଳେ ବୁଧବାର ସନ୍ଧ୍ୟାରେ ବନ କର୍ମଚାରୀମାନେ ଘଟଣା ବିଷୟରେ ଜାଣିଥିଲେ। ଗୁରୁବାର ସକାଳେ ବରଗଡ଼ ଡିଏଫ୍‍ଓ ଅଭୟ କୁମାର ଦଳାଇ, ରେଞ୍ଜର ରାଜେନ୍ଦ୍ର କୁମାର ଭୋଇ, ଫରେଷ୍ଟର, ସୁଦାମ ଜଗଦଲା, ଚିନ୍ମୟ ପଧାନ, ସୁଶୀଲ ମାଝୀ, ଭାରତୀ ବିଶି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଜବତ କରିଥିଲେ। ଏହାପରେ ପ୍ରାଣୀଧନ ଚିକିତ୍ସାଧିକାରୀ ଡା.ଶ୍ରୀକାନ୍ତ ପରିଡ଼ା ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ହାତୀର ଶବକୁ ସେହି ଜଙ୍ଗଲରେ ପୋତି ଦିଆଯାଇଥିଲା। ଗତ ଚାରିବର୍ଷ ମଧ୍ୟରେ ଏହି ଅଞ୍ଚଳରେ ୪ ବର୍ଷରେ ୨ଟି ମାଈ ହାତୀ, ଗୋଟିଏ ଦନ୍ତା ହାତୀ ଓ ଗୋଟିଏ ହାତୀଛୁଆ ମୃତ୍ୟୁମୁଖରେ ପଡ଼ିଲେଣି। ଏହା ପୂର୍ବରୁ ୨ମାସ ତଳେ ଏହି ଜଙ୍ଗଲ ନିକଟ ଜରିମୁଲିରେ ନିମୋନିଆରେ ଆକ୍ରାନ୍ତ ହୋଇ ଏକ ହାତୀଛୁଆର ମୃତ୍ୟୁ ଘଟିଥିଲା। ସେହିପରି ତିନି ବର୍ଷ ତଳେ ଅମ୍ବାଭୋନା ବ୍ଲକର ଜୁନାନୀରେ ଏଭଳି ଦୁର୍ବୃତ୍ତଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଟି ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories