www.samajalive.in
Wednesday, December 10, 2025
15.1 C
Bhubaneswar

ଝିଅକୁ ହତ୍ୟା: ବାପା, ସାବତ ମା’ ଗିରଫ

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବାରସର ପଞ୍ଚାୟତ ଭଉଁରିଆବାଙ୍କ ଗ୍ରାମରେ ବାପା ଓ ସାବତ ମାଆ ମିଶି ସେମାନଙ୍କ ନାବାଳିକା ଝିଅର ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ତିହିଡ଼ି ପୁଲିସ ନାବାଳିକାର ବାପା ବାବାଜୀ ଓ ସାବତ ମା’ ବାସନ୍ତୀଙ୍କୁ ଗିରଫ ତଦନ୍ତ ଜାରି ରଖିଛି। ମୃତ ନାବାଳିକାର ନାଁ ଟେରି ବାରିକ। ଟେରିର ସାନବାପା ପ୍ରଭାକର ତିହିଡ଼ି ଥାନାରେ ଗତକାଲି ରାତି ପ୍ରାୟ ଦୁଇଟାରେ ପହଞ୍ଚି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ବାବାଜୀ ଓ ବାସନ୍ତୀ ବୁଧବାର ଅପରାହ୍ଣ ୩ଟାରେ ଗୋରୁକୁ ତୋରାଣୀ ଦେବା ଲାଗି ଝିଅ ଟେରିକୁ କହିଥିଲେ। ଟେରି ତୋରାଣୀ ନଦେବାରୁ ଉଭୟ ବାବାଜୀ ଓ ବାସନ୍ତୀ ତା’ ବେକ ଉପରେ ଚଢ଼ି ଯାଇଥିଲେ। ଟେରି ଗୁରୁତର ହେବାରୁ ତାକୁ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ନେଇ ଭଦ୍ରକ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଟେରିର ମୃତ୍ୟୁ ହୋଇଯାଇଥିଲା। ଅଭିଯୋଗ ପାଇ ତିହିଡ଼ି ପୁଲିସ ଭଦ୍ରକ ଡାକ୍ତରଖାନାରେ ପହଞ୍ଚି ସେଠାରେ ଝିଅ ପାଖରେ ଥିବା ବାପ ବାବାଜୀ ଓ ସାବତ ମା’ ବାସନ୍ତୀକୁ ଗିରଫ କରି ତିହିଡ଼ି ନେଇ ଆସିଥିଲେ। ସୂଚନା ଯୋଗ୍ୟ, ବାବାଜୀଙ୍କ ଆଗ ସ୍ତ୍ରୀର ଦୁଇ ପୁଅ ଓ ଦୁଇ ଝିଅଙ୍କ ମଧ୍ୟରୁ ଟେରି ସାନ ଥିଲା। ସେହିପରି ଟେରିର ସାବତ ମା’ଠାରୁ ମଧ୍ୟ ଅନ୍ୟ ଦୁଇଜଣ ପିଲା ଅଛନ୍ତି। ଏ ସମ୍ପର୍କରେ ଅଭିଯୁକ୍ତ ବାବାଜୀଙ୍କୁ ପଚାରିବାରୁ ରାଗରେ ଝିଅ ଟେରିକୁ ଚାପଡ଼ଟେ ମାରିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲା ବୋଲି କହିଥିବା ବେଳେ ବାସନ୍ତୀ ତଣ୍ଟି ଚିପିବା କଥାକୁ ଅସ୍ୱୀକାର କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories