www.samajalive.in
Sunday, December 14, 2025
26.1 C
Bhubaneswar

ଘରୁ ତାଲା ଭାଙ୍ଗି ସୁନା ଅଳଙ୍କାର ଚୋରି

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଗ୍ରାମରେ ଗତ ଗୁରୁବାର ବିଳମ୍ବିତ ରାତିରେ କୃପାସିନ୍ଧୁ ମେହେରଙ୍କ ଘରୁ ୬ ଭରି ସୁନା ଅଳଙ୍କାର ଓ ୨୫୦୦ ଟଙ୍କା ଚୋରି ହୋଇଛି। ରାତି ପ୍ରାୟ ୧୧ ଟାରେ କୃପାସିନ୍ଧୁଙ୍କ ସମେତ ତାଙ୍କ ପରିବାରର ସମସ୍ତେ ଖାଇ ପିଇ ଶୋଇଥିଲେ। ଠିକ୍ ରାତି ୩ଟା ବେଳେ କୃପାସିନ୍ଧୁଙ୍କ ବଡ଼ ଭାଇ ବାହାରକୁ ଆସିଥିଲେ। ଏହି ସମୟରେ ରୋଷେଇ ଘର ଉପରେ ତାଙ୍କ ନଜର ପଡ଼ିଥିଲା। ରୋଷେଇ ଘର ଖୋଲା ଥିବାବେଳେ ଅନ୍ୟମାନଙ୍କ ଶୋଇବା ଘର ବାହାରପଟୁ ବନ୍ଦ ରହିଥିଲା। ସେ ରୋଷେଇ ଘରକୁ ଯାଇ ଦେଖିବାରୁ ସେଠାରେ ଥିବା  ଆଲମିରା ଖୋଲା ଥିଲା ଓ  ଜିନିଷ ପତ୍ର ଏପଟ ସେପଟ ହୋଇପଡ଼ିଥିଲା। ଏହା ଦେଖି ସେ ସମସ୍ତଙ୍କୁ ଡାକିଥିଲେ।ଉକ୍ତ ଆଲମିରାରେ  ଥିବା କୃପାସିନ୍ଧୁଙ୍କ  ୬ ଭରି ସୁନା ଓ ନଗଦ ୨୫୦୦ ଟଙ୍କା ନ ଥିଲା। ଏହା ସହ ତଳ ମହଲାରେ ଥିବା ରୁମ୍ଗୁଡିକରେ ଜିନିଷପତ୍ର ସବୁ ଏପଟ ସେପଟ ଫିଙ୍ଗା ଫିଙ୍ଗି ହୋଇପଡ଼ିଥିଲା। ଏ ନେଇ ଅତାବିରା ଥାନାରେ ଲିଖିତ  ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସମ୍ବଲପୁରରୁ ସାଇଣ୍ଟିଫିକ ଟିମ୍‌ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି। କିନ୍ତୁ ଅଭିଯୁକ୍ତ ଧରାପଡ଼ିନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories