www.samajalive.in
Saturday, December 13, 2025
26.1 C
Bhubaneswar

କନ୍ଧମାଳ ଜିଲାରେ ପ୍ରଥମ ମାଣ୍ଡିଆ ମଣ୍ଡି

ଫୁଲବାଣୀ: କନ୍ଧମାଳ ଜିଲାରେ ପ୍ରଥମ ମାଣ୍ଡିଆ ମଣ୍ଡି ଆଜି ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନରେ ୧୯ ଜଣ ଚାଷୀ ୨୭.୫କୁଇଣ୍ଟାଲ୍‌ ମାଣ୍ଡିଆ ବିକ୍ରି କରିଥିବା ଜଣାଯାଇଛି। ଗୁଟିଙ୍ଗିଆସ୍ଥିତ ପାଡ଼ାଙ୍ଗି ଛକଠାରେ ଶ୍ରୀ ଅନ୍ନ ଯୋଜନା ମାଧ୍ୟମରେ ମାଣ୍ଡିଆ କିଣାବିକା ପାଇଁ ଏକ ମଣ୍ଡି କନ୍ଧମାଳ ଜିଲ୍ଲାପାଳ ଅମ୍ରିତ  ରୁତୁରାଜଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଥିବା ବେଳେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିତାକାନ୍ତ ରାଉତ, ସ୍କିମ୍‌ ଅଫିସର ହେମନ୍ତ କୁମାର ଦାସ, ଶ୍ରୀ ଅନ୍ନ ଅଭିଜାନ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା ସବିତା ସୁବୁଦ୍ଧି, ଅତିରିକ୍ତ ଜିଲ୍ଲା ସଂଯୋଜକ ସୁରେଶ କୁମାର ମହାପାତ୍ର, ଟିକାବାଲି ବ୍ଲକ କୃଷି ଅଧିକାରୀ ସନ୍ତୋଷ ଦଳବେହେରା ଉପସ୍ଥିତ ରହି ମାଣ୍ଡିଆର ଠିକ୍‌ ମାନ ରଖିବା ପାଇଁ ଚାଷୀମାନେ କଣ କଣ ପଦକ୍ଷେପ ନେଇପାରିବେ ତାହା ବୁଝାଇଥିଲେ। ସ୍ୱାତି ଅନୁଷ୍ଠାନର ସଂପାଦକ ହରିଶଙ୍କର ରାଉତ ଉପସ୍ଥିତ ରହି ଚାଷୀମାନଙ୍କୁ ଅଧିକ ସଂଗଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ। କୃଷି ଉତ୍ପାଦନ ସଙ୍ଗଠନର ମୁଖ୍ୟ ପରିଚାଳକ ଗାୟତ୍ରୀ ରଣାଙ୍କ ସମେତ ଉଦ୍ୟୋଗ କୃଷି ଉତ୍ପାଦନ ସଙ୍ଗଠନର କର୍ମକର୍ତ୍ତା, ବ୍ଲକ୍‌ ସଂଯୋଜକ ସ୍ୱଧର୍ମ ରାଉତ, ଅତିରିକ୍ତ ବ୍ଲକ୍‌ ସଂଯୋଜକ କୁସ ସାନସେଠ୍‌ ହିସାବ ରକ୍ଷକ ରାଧାମାଧବ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories