www.samajalive.in
Monday, December 15, 2025
15.1 C
Bhubaneswar

କନ୍ଧମାଳ ଜିଲାରେ ପ୍ରଥମ ମାଣ୍ଡିଆ ମଣ୍ଡି

ଫୁଲବାଣୀ: କନ୍ଧମାଳ ଜିଲାରେ ପ୍ରଥମ ମାଣ୍ଡିଆ ମଣ୍ଡି ଆଜି ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନରେ ୧୯ ଜଣ ଚାଷୀ ୨୭.୫କୁଇଣ୍ଟାଲ୍‌ ମାଣ୍ଡିଆ ବିକ୍ରି କରିଥିବା ଜଣାଯାଇଛି। ଗୁଟିଙ୍ଗିଆସ୍ଥିତ ପାଡ଼ାଙ୍ଗି ଛକଠାରେ ଶ୍ରୀ ଅନ୍ନ ଯୋଜନା ମାଧ୍ୟମରେ ମାଣ୍ଡିଆ କିଣାବିକା ପାଇଁ ଏକ ମଣ୍ଡି କନ୍ଧମାଳ ଜିଲ୍ଲାପାଳ ଅମ୍ରିତ  ରୁତୁରାଜଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଥିବା ବେଳେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିତାକାନ୍ତ ରାଉତ, ସ୍କିମ୍‌ ଅଫିସର ହେମନ୍ତ କୁମାର ଦାସ, ଶ୍ରୀ ଅନ୍ନ ଅଭିଜାନ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା ସବିତା ସୁବୁଦ୍ଧି, ଅତିରିକ୍ତ ଜିଲ୍ଲା ସଂଯୋଜକ ସୁରେଶ କୁମାର ମହାପାତ୍ର, ଟିକାବାଲି ବ୍ଲକ କୃଷି ଅଧିକାରୀ ସନ୍ତୋଷ ଦଳବେହେରା ଉପସ୍ଥିତ ରହି ମାଣ୍ଡିଆର ଠିକ୍‌ ମାନ ରଖିବା ପାଇଁ ଚାଷୀମାନେ କଣ କଣ ପଦକ୍ଷେପ ନେଇପାରିବେ ତାହା ବୁଝାଇଥିଲେ। ସ୍ୱାତି ଅନୁଷ୍ଠାନର ସଂପାଦକ ହରିଶଙ୍କର ରାଉତ ଉପସ୍ଥିତ ରହି ଚାଷୀମାନଙ୍କୁ ଅଧିକ ସଂଗଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ। କୃଷି ଉତ୍ପାଦନ ସଙ୍ଗଠନର ମୁଖ୍ୟ ପରିଚାଳକ ଗାୟତ୍ରୀ ରଣାଙ୍କ ସମେତ ଉଦ୍ୟୋଗ କୃଷି ଉତ୍ପାଦନ ସଙ୍ଗଠନର କର୍ମକର୍ତ୍ତା, ବ୍ଲକ୍‌ ସଂଯୋଜକ ସ୍ୱଧର୍ମ ରାଉତ, ଅତିରିକ୍ତ ବ୍ଲକ୍‌ ସଂଯୋଜକ କୁସ ସାନସେଠ୍‌ ହିସାବ ରକ୍ଷକ ରାଧାମାଧବ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories