www.samajalive.in
Sunday, December 7, 2025
18.1 C
Bhubaneswar

ଗ୍ରାସୀମ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନି; ଆନ୍ଦୋଳନ ପାଇଁ ସଜବାଜ 

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଂଚାୟତର ଲୋକଙ୍କ ଏକ ବୈଠକ ବାଲିଲୋକନାଥ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର ଭାଗ୍ୟ ରେଡ଼ିଙ୍କ ସଭାପତିତ୍ୱ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପଂଚାୟତ ଥିବା ବିଭିନ୍ନ ଗ୍ରାମର ଉନ୍ନୟନ କାର୍ଯ୍ୟ କିଭଳି ହୋଇପାରିବ ତାହା ସହ ମୁଖ୍ୟତଃ ଭାବେ ଏହି ବୈଠକରେ ଗ୍ରାସୀମ କମ୍ପାନୀ କାଇଁଚପୁର ପଂଚାୟତ ଅଞ୍ଚଳରୁ ଆବଶ୍ୟକତାଠାରୁ ତିନି ଗୁଣ ପାଣି ନେଉଛି। ଫଳରେ ସେହି ଅଂଚଳରେ ଆସ୍ତେ ଆସ୍ତେ ଜଳସ୍ତର କମିଯାଇଛି ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି। ଏପରିକି ନୂତନ ଭାବେ ବିଭିନ୍ନ ସ୍ଥାନରେ ବୋର ବେଲ କମ୍ପାନୀ କରୁଥିଲେ ମଧ୍ୟ ସେଥିପାଇଁ ପଂଚାୟତର ଅନୁମତି ନେଉନାହିଁ। ଯାହାକୁ ନେଇ ନିର୍ବାଚତ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସେହିପରି ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେଉ ନଥିବାରୁ ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଫଳରେ ଏହି ସମସ୍ୟା ଯୋଗୁ ସ୍ଥାନୀୟ ଶିକ୍ଷିତ ଯୁବକ ମାନେ ଦାଦନ କିମ୍ବା ସୁରଟ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କାଇଁଚପୁର ପଂଚାୟତ ଲୋକମାନେ ଆଗାମୀ ଦିନରେ କମ୍ପାନୀ ବିରୁଦ୍ଧରେ ବିରାଟ ଜନ ଆନ୍ଦୋଳନ ପାଇଁ ଏକ ପ୍ରକାର ପ୍ରସ୍ତୁତି ହେଉଥିବା ଏହି ବୈଠକରେ ଜଣାପଡିଛି। ଏହି ସମସ୍ୟା ନେଇ ଜିଲ୍ଲାପାଳ, ଏସପି ଓ ଅନ୍ୟାନ ଅଧିକାରୀ ଲିଖିତ ଭାବେ ଜଣେଇଦିଆଯିବ। ପରବର୍ତୀ ସମୟରେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ହୋଇଥିବା ନେଇ ସୂଚନା ଦେଇଛନ୍ତି। ବୈଠକରେ ଆର ଭାଗ୍ୟ ରେଡ଼ିଙ୍କ ସମେତ ସମିତି ସଭ୍ୟ ଜୟକୃଷ୍ଣ ରେଡ଼ି, ସମବାୟ ସମିତି ସଭାପତି ଅଭିରାମ ରେଡ଼ି, କଲ୍ୟାଣପୁର ଚାରି ସାହି କମିଟି ସଭାପତି ପଦ୍ମ ପ୍ରଧାନ, ବି ବନମାଳୀ, ବିଶ୍ୱନାଥ ବେହେରାସମେତ ବିଭିନ୍ନ ଗ୍ରାମର ଲୋକମାନେ ଉପସ୍ଥିତ ରହିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories