www.samajalive.in
Monday, December 15, 2025
24.1 C
Bhubaneswar

ଦେଶରେ ଜଳୁଛି ‘ଅଗ୍ନିପଥ’ ନିଆଁ; ଆଜି ଓ ଆସନ୍ତାକାଲି ପାଇଁ ୪୫ଟି ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ: ସାରା ଦେଶରେ ଜଳୁଛି ‘ଅଗ୍ନିପଥ’ର ନିଆଁ । ସେନାବାହିନୀରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ସବୁଠି ହିଂସା ଓ ଆନ୍ଦୋଳନ ଦେଖିବାକୁ ମିଳୁଛି । ଏହି ଆନ୍ଦୋଳନରେ ବିଶେଷ ପ୍ରଭାବିତ ହୋଇଛି ଟ୍ରେନ୍‌ ସେବା ।  ‘ଅଗ୍ନିପଥ’କୁ ବିରୋଧ ଯୋଗୁ ୪୦ରୁ ଊର୍ଦ୍ଧ୍ଵ ଟ୍ରେନ୍‌ ବାତିଲ କରାଯାଇଛି । ଗତକାଲି ରେଳ ବିଭାଗ ପକ୍ଷରୁ ୪୪ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ ହୋଇଥିବା ବେଳେ ଆଜି ଓ ଆସନ୍ତାକାଲି ପାଇଁ ୪୫ଟି ଟ୍ରେନ୍‌ ବାତିଲ କରାଯାଇଛି । ଏହି ଟ୍ରେନ୍‌ ମଧ୍ୟରେ ୪୦ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଥିବା ସୂଚନା ଦିଆଯାଇଛି ।

ଏନେଇ ଉତ୍ତର ପୂର୍ବାଞ୍ଚଳ ରେଳବାଇର ଜନସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଅଗ୍ନିପଥ’ର ବିରୋଧରେ ବିହାରରେ ଚାଲିଥିବା ଆନ୍ଦୋଳନ ଯୋଗୁ ଗତକାଲି କିଛି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ଆଜି ଓ ଆସନ୍ତାକାଲି ପାଇଁ କିଛି ଟ୍ରେନ୍‌ ବାତିଲ ହୋଇଛି । ସ୍ୱତନ୍ତ୍ର ଟ୍ରେନ୍‌ ସମେତ ଆଜି ଓ ଆସନ୍ତାକାଲି ପାଇଁ ୪୫ଟି ଟ୍ରେନ୍‌ ବାତିଲ ହୋଇଛି । ଟ୍ରେନ୍‌ ବାତିଲ ଯୋଗୁ  ସଂରକ୍ଷଣ କେନ୍ଦ୍ରରେ ବହୁତ ଭିଡ ଜମୁଛି ।

- Advertisement -

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories