www.samajalive.in
Monday, December 15, 2025
24.1 C
Bhubaneswar

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା; ଜଣେ ଗୁରୁତର

ଭୁବନେଶ୍ୱର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର । ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା ହୋଇଛି । ଦୁଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଉତ୍ତ୍ୟକ୍ତ କର୍ମଚାରୀଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କର୍ମଚାରୀଙ୍କ ମଧ୍ୟରେ କେଉଁ କାରଣରୁ ବଚସା ହେବା ପରେ ଗଣ୍ଡଗୋଳ ହେଲା ତାହା ଜଣାପଡ଼ିନାହିଁ ।  ଏନେଇ ଭରତପୁର ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଜଣେ ଡ୍ରାଇଭର ଓ ଜଣେ କଣ୍ଡକ୍ଟରକୁ ଗୋଡେଇ ଗୋଡେଇ ଅନ୍ୟ ବସର କର୍ମଚାରୀ ମରଣାନ୍ତକ ଆକ୍ରମଣ କରିଥିଲେ । ପୁଲିସ ସାମ୍ନାରେ ଦୁଇ ଜଣଙ୍କୁ ହାଣି ରକ୍ତାକ୍ତ କରିଥିଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଥିଲେ ବି କେହି ଉଦ୍ଧାର କରିନଥିଲେ । ତେବେ ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗାଡି ପାର୍କିଂକୁ ନେଇ ଡ୍ରାଇଭର ଓ କଣ୍ଡକ୍ଟରକୁ ବସ ଷ୍ଟାଣ୍ଡର ଅନ୍ୟ ବସର କର୍ମଚାରୀମାନେ ହାଣିଥିବା  ସୂଚନା ମିଳିଛି । ତେବେ ଆହତ ଦୁଇ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories