ଅଗ୍ନିପଥ; ଆଜି ସତ୍ୟାଗ୍ରହ କରିବ କଂଗ୍ରେସ
ନୂଆଦିଲ୍ଲୀ: ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ନେଇ ଦେଶରେ ଜଳୁଛି ନିଆଁ । ‘ଅଗ୍ନିପଥ’ ବିରୋଧରେ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ବିରୋଧ କରି ଆଜି ସତ୍ୟାଗ୍ରହ କରିବ କଂଗ୍ରେସ । ସକାଳ ୧୦ଟାରୁ ଦିଲ୍ଲୀ ଜନ୍ତରମନ୍ତରରେ ସତ୍ୟାଗ୍ରହ ଆରମ୍ଭ ହେବାକୁ ଥିବା ବେଳେ ସତ୍ୟାଗ୍ରହରେ କଂଗ୍ରେସର ନେତା ଓ କର୍ମୀ ମାନେ ସାମିଲ ହେବେ । ଏନେଇ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ ।
ସେ କହିଥିଲେ ଖୁବ୍ଶୀଘ୍ର ‘ଅଗ୍ନିପଥ’ରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ । ୨୦୨୨ରେ ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେପଟେ ଗତ ଶୁକ୍ରବାର ଦିନ କଟକରେ ଏହାର ତାତି ଦେଖିବାକୁ ମିଳିଥିଲା । କ୍ୟାଣ୍ଟନାମଣ୍ଟ ରୋଡ୍ ସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରାଯାଇଥିଲା ।
ଶତାଧିକ ଯୁବକ ରାସ୍ତା ଉପରେ ହାତରେ ଠେଙ୍ଗା ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଦୌଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ଏମାନେ ଚେତାବନୀ ଦେଇଥିଲେ ।
Comments are closed.