ଷ୍ଟକ ମାର୍କେଟରେ ବିଦେଶୀ ନିବେଶକଙ୍କ ରେକର୍ଡ ବିକ୍ରି
ନୂଆଦିଲ୍ଲୀ: ବଢ଼ୁଛି ଷ୍ଟକ ମାର୍କେଟର ଚାହିଦା । ଭାରତୀୟ ଷ୍ଟକ ମାର୍କେଟରେ ଅଧିକ ବିକ୍ରି ହେଉଛି ଏଫ.ପି.ଆଇ । ଚଳିତ ବର୍ଷ ବିଦେଶୀ ନିବେଶକ ମାନେ ଷ୍ଟକ୍ ମାର୍କେଟରୁ ସେୟାର ବିକ୍ରି କରିଛନ୍ତି । ଜୁନ୍ ୧୭ ଯାଏ ୨୮,୪୪୫ କୋଟି ଟଙ୍କା ମୂଲ୍ୟରେ ସେୟାର ଗୁଡିକ ବିକ୍ରି ହୋଇଛି । ଯାହାକି ରେକର୍ଡ ସେୟାର ବିକ୍ରି ହୋଇଛି ବୋଲି ଜଣାପଡ଼ିଛି ।
ରିପୋର୍ଟ ଅନୁଯାୟୀ ଚଳତ ବର୍ଷ ୨୦୨୨ରେ ବିଦେଶୀ ଅନୁଷ୍ଠାନ ନିବେଶକ ମାନେ ମୋଟ୍ ୨,୦୨,୨୪୪ କୋଟି ଟଙ୍କାର ସେୟାର ବିକ୍ରି ହୋଇଛି । ଏନେଇ ଜିଓଜିତ ଆର୍ଥିକ ସେବା ମୁଖ୍ୟ ନିବେଶକ ପରାମର୍ଶଦାତା ଡକ୍ଟର ଭି.କେ ବିଜୟକୁମାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଇୱାନ ଏବଂ ଦକ୍ଷିଣ କୋରିଆ ପରି ଅନ୍ୟ ଉଦୀୟମାନ ବଜାର ତୁଳନାରେ ଏଫପିଆଇ ଗୁଡିକ ଭାରତୀୟ ବଜାରରୁ ଅଧିକ ବିକ୍ରି ହେଉଥିବା ସେ କହିଛନ୍ତି ।
ସେୟାର ମାର୍କେଟକୁ ନଜରରେ ରଖି କିଛି କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ତାଙ୍କର ତଥ୍ୟ ଦେଇଛନ୍ତି । ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ସ୍ୱିସ୍ ସେଣ୍ଟ୍ରାଲ୍ ବ୍ୟାଙ୍କ ହାର ବୃଦ୍ଧି କରିଛନ୍ତି । ତେଣୁ ସର୍ବଭାରତୀୟ ସ୍ତରରେ ଏକକାଳୀନ ହାର ବୃଦ୍ଧି ପାଇବ । ଭାରତର ଏଫପିଆଇ ଗୁଡିକ ଅର୍ଥ ଏବଂ ଆଇଟିରେ ବିକ୍ରୟ ଜାରି ରଖିଥିଲେ, ଯେଉଁଠାରେ ସେମାନେ ସର୍ବାଧିକ ଅଂଶ ଗ୍ରହଣ କରିଥିଲେ ।
Comments are closed.