www.samajalive.in
Tuesday, December 9, 2025
15.1 C
Bhubaneswar

ସରକାରୀ ଅନୁଦାନରେ ନିର୍ମିତ ଅଙ୍ଗନୱାଡ଼ି କୋଠାରେ ରଙ୍ଗ ବୋଳି ନାଁ ନେବାକୁ ବସିଛି ବେଦାନ୍ତ କମ୍ପାନୀ

ଲକ୍ଷ୍ମୀପୁର: ସରକାରଙ୍କ ପକ୍ଷରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ରର କୋଠା ମାନ ନିର୍ମାଣ କରାଯାଇଛି। ଏପରିକି ନିର୍ମାଣ ପରେ ରଙ୍ଗ ଦିଆଯାଇ ବିଭିନ୍ନ ଲେଖା ସହିତ ଚିତ୍ରିତ କରାଯାଇଥିଲା। କିନ୍ତୁ କିଛି ମାସ ହେଲା ବେଦାନ୍ତ କମ୍ପାନୀ ନାମରେ ସେହି ସବୁ କୋଠାକୁ ରଙ୍ଗ ବୋଳା ଯାଇ ବେଦାନ୍ତ ବୋଲି ଲେଖା ଯାଇଛି। ତେବେ ଏହି ରଙ୍ଗ ବୋଳା କାମ ପାଇଁ ଜିଲା ପ୍ରଶାସନ ହେଉ ଅବା ବ୍ଲକ ପ୍ରଶାସନକୁ କୌଣସି ଅନୁମତି ମଗାଯାଇ ନାହିଁ କିମ୍ବା ମିଳି ନଥିଲା ବେଳେ ବେଦାନ୍ତ କମ୍ପାନୀ କେଉଁ ଉଦ୍ଦେଶ୍ୟ ରଖି ଏପରି କାରନାମା କରିଛି ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କିମାରୁଛି।

ସୂଚନାଯୋଗ୍ୟ, ବେଦାନ୍ତ କମ୍ପାନୀର ଲାଞ୍ଜିଗଡ଼ଠାରେ ଥିବା କାରଖାନା ନିୟମଗିରିରୁ ବକ୍ସାଇଟ୍ ଖନନ ପାଇଁ ଗ୍ରିନ ଟ୍ରିବ୍ୟୁନାଲ ଅନୁମତି ନଦେବାରୁ ବନ୍ଦ ରହିଥିବା ବେଳେ କୋଡିଙ୍ଗାମାଳିରୁ ବକ୍ସାଇଟ ପାଇଲା ପରେ ତାହା ଚାଲୁଛି। କମ୍ପାନୀ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କୋଡିଙ୍ଗାମାଳିରୁ ବକ୍ସାଇଟ୍ ନେଇ ତା’ର କାରଖାନା ଚଳାଇଥିବା ବେଳେ ଲକ୍ଷ୍ମୀପୁର ଅଞ୍ଚଳର ଉନ୍ନତି ପାଇଁ କିଛି କରୁନାହିଁ। ଯେଉଁଥିପାଇଁ ଏନେଇ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ସରକାରୀ କୋଠାରେ ରଙ୍ଗ ବୋଳି ଦେଇ ବେଦାନ୍ତ ତା’ର ନାଁ ଲେଖି ନିଜେ ଅନୁଦାନ ଦେଇ କୋଠା ନିର୍ମାଣ କଲା ଭଳି ଦର୍ଶାଇବା ପାଇଁ ପ୍ରୟାସ କରୁଛି, ଯାହାକୁ ନେଇ ସାଧାରଣରେ ଆଲୋଚନା ହେବା ସହିତ ଏନେଇ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଛି। ଯାହାକି ଆଗାମୀ ଦିନରେ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories