www.samajalive.in
Sunday, December 7, 2025
26.1 C
Bhubaneswar

ମାଓବାଦୀଙ୍କ ବନ୍ଦ ଡାକରାକୁ ରେଙ୍ଗାଲିରେ ସମର୍ଥନ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ତଥା ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ପଂଚାୟତର ବିଭିନ୍ନ ସ୍ଥାନରେ ଶୁକ୍ରବାର ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ରେଙ୍ଗାଲିଠାରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସାପ୍ତାହିକ ବଜାର ମଧ୍ୟ ବସିନଥିଲା। ଗତ ୧୫ ତାରିଖରେ ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଏହି ବନ୍ଦ ପାଳନ କରାଯାଇଥିବା କୁହାଯାଉଛି।

ଅନ୍ୟ ପକ୍ଷରେ ଖପ୍ରାଖୋଲ, ଲାଠୋର, ଧଣ୍ଡାମୁଣ୍ଡା ସମେତ ବିଭିନ୍ନ ଅଂଚଳରେ ଦୋକାନ ବଜାର ଖୋଲା ରହିବା ସହିତ ଜନଜୀବନ ସ୍ୱାଭାବିକ ଥିଲା। ରେଙ୍ଗାଲିରେ ବନ୍ଦ ପାଳନ ହୋଇଥିବା ବେଳେ କିଏ କାହିଁକି ବନ୍ଦ ପାଳନ କଲା ଏ ନେଇ ପ୍ରଶ୍ନ ପଚାରିଲେ ମଧ୍ୟ ଅଂଚଳବାସୀ ଏ ନେଇ ମୁହଁ ଫିଟାଇ ନଥିଲେ। ରେଙ୍ଗାଲି ପଂଚାୟତ ଅନ୍ତର୍ଗତ ନାଗଡେରା ଭରୁଆମୁଣ୍ଡା, ଖୁରିପାଣି, ସିନ୍ଧବାହାଲି, ଆମ୍ବବାହାଲି, କୁଲିହାମୁଣ୍ଡା ଆଦି ଗ୍ରାମବାସୀ ଭୟ ଆତଙ୍କ ଭିତରେ ରହିଛନ୍ତି। ଶୁକ୍ରବାର ରେଙ୍ଗାଲି ସାପ୍ତାହିକ ବଜାର ଦିନ ହୋଇଥିଲେ ମଧ୍ୟ ଜଣେ ହେଲେ ବି ବ୍ୟବସାୟୀ ହାଟକୁ ଆସି ନଥିଲେ। ହାଟରେ ବ୍ୟବସାୟୀଙ୍କ ବସିବା ପାଇଁ ପିଣ୍ଡି ଗୁଡିକ ସମ୍ପୂର୍ଣ୍ଣ ଖାଲି ପଡ଼ିଥିଲା। ଏଥି ସହିତ ସମଗ୍ର ଅଂଚଳ ଜନଶୂନ୍ୟ ରହିଥିଲା। ସେହିପରି ରେଙ୍ଗାଲି ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଚା’ ପାନ ଦୋକାନଠାରୁ ଆରମ୍ଭ କରି ଔଷଧ ଦୋକାନ ପର୍ଯ୍ୟନ୍ତ ପ୍ରାୟ ୩୦ ଗୋଟି ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସମଗ୍ର ଅଂଚଳରେ ଅଜଣା ଭୟ ତଥା ନିରବତା ଦେଖିବାକୁ ମିଳିଥିଲା। ଭୟରେ କେହି ପାଟି ଫିଟାଇ ନଥିଲେ। ଅନ୍ୟ ପକ୍ଷରେ ବେହେରାପାଣିଠାରେ ୧୬ ପ୍ରହର ନାମଯଜ୍ଞ ଚାଲିଥିବା ଜାଣିବାକୁ ମିଳିଛି। ଏଠାରେ ସୂଚନା ଯୋଗ୍ୟକି ଗତ ୧୫ ତାରିଖ ଦିନ ଏହି ବ୍ଲକ ଅନ୍ତର୍ଗତ ଘୁନସର ଏବଂ ପୁଟକେଲଚୁଆଁ ମଝିରେ ଦୁଇଟି ମାଓବାଦୀ ବ୍ୟାନର ଝୁଲୁଥିବା ଦେଖିବାକୁ ମିଳିଥିଲା। ଗତ ଦୁଇବର୍ଷ ଭିତରେ ପୋଲିସ ଗୁଳିରେ ୨୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ଦମନ ବିରୁଦ୍ଧରେ ୨୦ ତାରିଖ ଓଡ଼ିଶା ବନ୍ଦ କରିବା ପାଇଁ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ବ୍ୟାନରେ ଆହ୍ୱାନ ଦିଆଯାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories