www.samajalive.in
Sunday, December 7, 2025
26.1 C
Bhubaneswar

ସିମେଲପଦର ନିକଟସ୍ଥ ଚାଷ ଜମିରୁ ଗୁରୁତର ହାତୀ ଛୁଆ ଉଦ୍ଧାର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ପାହାଡପଦର ପଞ୍ଚାୟତର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଗତ କାଲିଠାରୁ ଏକ ଢେଡ଼ ବର୍ଷର ମାଈ ହାତୀ ଛୁଆ ପଡି ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଓ ପ୍ରାଣୀ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଦୁଇ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
କିଛି ଦିନ ହେଲା ବ୍ଳକ ଅଞ୍ଚଳରେ ହାତୀପଲ ରହି ଘର ଦ୍ବାର ଓ ଫସଲ ନଷ୍ଟ କରୁଥିବା ବେଳେ ଗତ ବୁଧବାର ରାତିରେ ହାତୀପଲ ସହିତ ଏହି ଛୁଆଟି ଆସି ଚାଷ ଜମି କାଦୁଅରେ ପଡି ଉଠିନପାରି ଗୁରୁତର ହୋଇଥିବା ଅନୁମାନ କରାଯାଉଛି।ଗତ କାଲି ଭୋର ସକାଳେ ସିମେଲପଦର ଗାଁ ନିକଟରେ ଥିବା ଜମିରେ ହାତୀ ଛୁଆ ଟିକୁ ଦେଖି ସିମେଲଭଟା ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ,ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ସମେତ ବନବିଭାଗ କର୍ମଚାରୀ ଓ ପ୍ରାଣୀ ବିଭାଗ ପକ୍ଷରୁ ଲାଞ୍ଜିଗଡ ଭିଏସ ଜୋସ୍ନାରାଣୀ ସିଂ, ଏଭିଏସ ବିଶ୍ଵଜିତ ମିଶ୍ର, ଏଲଟି ମହେନ୍ଦ୍ର କୁମାର ସାହୁ ଓ ଶୀମାଞ୍ଚଳ ଗୌଡ଼,ଏଟିଟିଡି କ୍ଷୀତିଶ କୁମାର ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। ଗତ କାଲି ହାତୀ ଛୁଆଟି ଗୁରୁତର ଅବସ୍ଥାରେ ରହିଥିବା ବେଳେ ଆଜି ହାତୀଛୁଆର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ଲାଞ୍ଜିଗଡ ଭିଏସ ଜୋସ୍ନା ସିଂ ପ୍ରକାଶ କରିଛନ୍ତି।ଘଟଣା ସ୍ଥଳରେ ବିଶ୍ୱନାଥ ପୁର ରେଞ୍ଜର ନାରୋତ୍ତମ ମାଝୀ, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ସମେତ ବନବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ଥିବା ବେଳେ ହାତୀ ଛୁଆର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories