www.samajalive.in
Sunday, December 7, 2025
26.1 C
Bhubaneswar

ପିଲାଙ୍କ ଜୀବନ ସହିତ ଖେଳ; ମଧ୍ୟାହ୍ନଭୋଜନରେ ପଚା ଅଣ୍ଡାକୁ ପଚାସଢା ପରିବା

ବଲାଙ୍ଗିର: ସରକାରୀ ସ୍କୁଲରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଯୋଜନା କରିଛନ୍ତି । ସପ୍ତାହରେ ଦୁଇ ଦିନ ଡାଲି, ଦୁଇ ଦିନ ସୋୟାବିନ ଓ ଦୁଇ ଦିନ ଅଣ୍ଡା ତରକାରୀ କରି ପିଲାଙ୍କୁ ଖାଇବାକୁ ଦେବାର ନିୟମ ରହିଛି । ପ୍ରତିଦିନ ଏହି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦାୟିତ୍ଵ ଦିଆଯାଇଛି । ପିଲାଙ୍କୁ ଖାଦ୍ୟ ପରିବେଷଣ ସହିତ ମହିଳାଙ୍କୁ ଶସକ୍ତ କରିବା ଲକ୍ଷ୍ୟରେ ସରକାର ଏଭଳି ଯୋଜନା କରୁଥିବା ବେଳେ ସରକାରୀ ପ୍ରାକ୍ଟିସିଂ ସ୍କୁଲ ବଲାଙ୍ଗିରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ଵୟଂ ସହାୟକ ଦଳର ମହିଳାମାନେ ସ୍କୁଲରେ ପଚା ସଢା ଖାଦ୍ୟ ସାମଗ୍ରୀ ଦେଇ ପିଲାଙ୍କ ଜୀବନ ସହିତ ଖେଳୁଥିବା ଅଭିଯୋଗ ହୋଇଛି ।

ବଲାଙ୍ଗିର ସରକାରୀ ପ୍ରାକ୍ଟିସିଂ ସ୍କୁଲରେ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଖରାପ ହୋଇଥିବା ଖାଦ୍ୟ ସାମଗ୍ରୀ ବ୍ୟବହାର କରାଯାଉଛି । ରାମେଶ୍ବର ନଗରମରେ ଥିବା ମୁସ୍କାନ ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ସରକାରୀ ପ୍ରାକ୍ଟିସିଂ ସ୍କୁଲକୁ ଖାଦ୍ୟ ସାମଗ୍ରୀ ଦିଆଯାଏ । ଦଳର ସଭାପତି ଭାନୁମତୀ ସାହୁ ପ୍ରତିଦିନ ଏହି ସାମଗ୍ରୀ ଆଣି ଦିଅନ୍ତି । ତେବେ ଶସ୍ତାରେ ମିଳୁଥିବା ପଚାସଢା ଖାଦ୍ୟ ସାମଗ୍ରୀ ଆଣି ସେ ସ୍କୁଲରେ ଦିଅନ୍ତି । ଏନେଇ ତାଙ୍କୁ ଅଭିଯୋଗ କଲେ ଓଲଟା ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ଝଗଡ଼ା କରୁଥିବା ସ୍କୁଲ ତରଫରୁ ଜଣାପଡିଛି । ବୁଧବାର ପିଲାଙ୍କୁ ଅଣ୍ଡା ତରକାରୀ ଦେବାକୁ ଥିବାବେଳେ ସେ ପଚା ଅଣ୍ଡା ଆଣି ଦେଇଥିଲେ। ଏହାକୁ ଖାଇବା ପରେ ଦୁଇଜଣ ପିଲା ବାନ୍ତି କରିଥିଲେ । ଫଳରେ ସେଠାରେ ଥିବା ପାଚିକାମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ । ଏନେଇ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ କେଶବ ମେହେରଙ୍କୁ ପଚାରିବାରୁ ତାଙ୍କ ଡିଇଓ କାର୍ଯ୍ୟାଳୟକୁ ସେଭଳି କୌଣସି ଅଭିଯୋଗ ଆସିନଥିବା କହିଥିଲେ । ଗୋଟିଏ ପଟେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜିଲା ଶିକ୍ଷାଧିକାରୀଙ୍କୁ ସରପ୍ରାଇଜ ଭିଜିଟ କରିବା ପାଇଁ ଡାକୁଥିବା ପ୍ରତିକ୍ରିୟା ଦେଇଥିବା ବେଳେ ଅନ୍ୟପଟେ ଏହି ବିଷୟରେ କିଛି ଜାଣି ନଥିବା ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ମେହେର କହିଥିଲେ। ତେବେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ଶହ ମିଟର ପରିସୀମା ଭିତରେ ରହିଥିବା ସ୍କୁଲର ଅବସ୍ଥା ଏଭଳି ହେବା ଜିଲା ଶିକ୍ଷା ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି । ସହର ଭିତରର ସ୍କୁଲମାନଙ୍କରେ ଯଦି ଏଭଳି ଅବସ୍ଥା, ତାହେଲେ ଅନ୍ୟ ସ୍କୁଲମାନଙ୍କରେ କିଭଳି ମଧ୍ୟାହ୍ନ ଭୋଜନ ଦିଆଯାଉଥିବ ତାହା ଚିନ୍ତାଜନକ ବୋଲି ମତ ପ୍ରକାଶ ପାଇଛି ।

- Advertisement -

ପ୍ରକାଶ ଯେ, ଏହା ଗୋଟିଏ ଦିନର ଘଟଣା ନୁହେଁ। ମୁସ୍କାନ ସ୍ଵୟଂ ସହାୟକ ଗୋଷ୍ଠୀ ଆସିବା ଦିନଠାରୁ ଏହି ସ୍କୁଲରେ ଖରାପ ଖାଦ୍ୟ ସାମଗ୍ରୀ ଦିଆଯାଉଥିବା ଜଣାପଡ଼ିଛି । ଜିଲା ଶିକ୍ଷା ବିଭାଗ ତୁରନ୍ତ ଏହି ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories