www.samajalive.in
Monday, December 15, 2025
24.1 C
Bhubaneswar

ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର

ଫୁଲବାଣୀ: ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟ କାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସ୍ଥାୟୀ ଅଦାଲତର ବିଚାରପତି ସନ୍ତୋଷ କୁମାର ନାୟକ ଯୋଗଦେଇ ସାଧାରଣ ସେବା କ୍ଷେତ୍ରରେ ଦେଖାଯାଉଥିବା ତୃଟି ବିଚ୍ୟୁତିର ସମାଧାନ ନିମନ୍ତେ ହିତାଧିକାରୀ କିପରି ଆଇନଗତ ସୁବିଧା ନେଇ ପାରିବେ, ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସ୍ଥାୟୀ ଅଦାଲତର ଗୁରୁତ୍ଵ ସମ୍ପର୍କରେ ଉପସ୍ଥିତ ଶ୍ରୋତାଙ୍କ ତରଫରୁ ଉତଥାପିତ ପ୍ରଶ୍ନର ଉତ୍ତର ରଖାଯାଇଥିଲା।

ସ୍ଥାୟୀ ଅଦାଲତର ଅନେକ ସଫଳତାର କାହାଣୀ ଉପସ୍ଥାପନ କରିଥିଲେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ। ଆଇନସେବା ପ୍ରାଧିକରଣ ସଚିବ ରମାଦେବୀ ସୋରେନ୍ ସ୍ଵାଗତ ଭାଷଣ ଦେବା ସହ ସ୍ଥାୟୀ ଅଦାଲତର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ସର୍ବେଶ୍ଵର ମିଶ୍ର, ରାଜକିଶୋର ବେହେରା, ଲକ୍ଷ୍ମୀ ନାରାୟଣ ଦୋରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories