www.samajalive.in
Monday, December 15, 2025
27.1 C
Bhubaneswar

ସୀମା ସୁରକ୍ଷା ବାହିନୀର ସୁରକ୍ଷା କ୍ୟାମ୍ପ ସ୍ଥାପନ

ମାଲକାନଗିରି: ଦିନେ ଯେଉଁ ଯନ୍ତ୍ରୀ ମାଓବାଦୀଙ୍କ ଅଭେଦ୍ୟ ଓ ଦୁର୍ଗମ ଅଞ୍ଚଳ ରୂପେ ଖ୍ୟାତି ପାଇଥିଲା ତାହା ଆଜି ପ୍ରଶାସନ ଅଧୀନରେ। ଆଜି ମାଲକାନଗିରି ପୁଲିସ ଓ ସୀମା ସୁରକ୍ଷା ବାହିନୀ ନବମ ବାଟାଲିୟନ ମିଳିତ ଉଦ୍ୟମରେ ଏକ ସୁରକ୍ଷା କ୍ୟାମ୍ପ ସ୍ଥାପନ କରାଯାଇଛି। ଯନ୍ତ୍ରୀ ଓ ତୋଟାଗୁଡା, ଦିଶାରୀ ଗୁଡା ଆଖପାଖ ପ୍ରଭୁତି ଅଞ୍ଚଳଗୁଡିକ ମାଓବାଦୀଙ୍କ ଅଧୀନରେ ଥିଲା। ଫଳରେ ଏହି ଅଂଚଳଗୁଡିକରେ ରାସ୍ତାଘାଟ, ମୌଳିକ ସୁବିଧା, ପ୍ରଶାସନିକ ଅଧିକାରୀମାନେ ଯାଉ ନଥିଲେ ମାଓବାଦୀଙ୍କ ଭୟରେ।

ଏହି ଯନ୍ତ୍ରୀ ଅଂଚଳରେ ମାଓବାଦୀଙ୍କ ଗତିବିଧି ଉପରେ ଅଙ୍କୁଶ ଲଗେଇବା ନିମନ୍ତେ ରାଜ୍ୟ ସରକାର ଏହି କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି। ଏହି କ୍ୟାମ୍ପ ପ୍ରତିଷ୍ଠା ସମୟରେ ବିଏସଏଫ ଡ଼ିଆଇଜି ସୌମ୍ୟ ରଞ୍ଜନ ସିହ୍ନା, ମାଲକାନଗିରି ଏସପି ନୀତିଶ ବଧଭାନୀ, ନବମ କମ୍ପାନୀର କମାଣ୍ଡିଙ୍ଗ ଅଧିକାରୀ ସୁଶୀଲ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏଥିରେ ସାରା ଯନ୍ତ୍ରୀ ପଂଚୟତ ଗ୍ରାମବାସୀମାନେ ପ୍ରତିଷ୍ଠା ସମୟରେ ଯୋଗ ଦେଇଥିଲେ। ନିଜ ଜୀବନ ବର୍ତ୍ତମାନ ସୁରକ୍ଷିତ ହେବାରୁ ନାଚଗୀତରେ ସୁରକ୍ଷା କର୍ମୀ ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ। ଗ୍ରାମବାସୀଙ୍କ ଖୁସି ଦେଖି ସୁରକ୍ଷା ଅଧିକାରୀମାନେ ଗ୍ରାମବାସୀଙ୍କ ସହ ତାଳ ଦେଇ ନାଚିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories