www.samajalive.in
Sunday, December 7, 2025
14.1 C
Bhubaneswar

ଆଲିୟାଙ୍କ ମହାନତା

ନିର୍ଦେଶକ ମହେଶ ଭଟ୍ଟଙ୍କ ସାନ ଝିଅ ଆଲିୟା ବଲିଉଡରେ ଯେତେବେଳେ କ୍ୟାରିୟର ଆରମ୍ଭ କଲେ, ଅନ୍ୟମାନଙ୍କର ଥଟ୍ଟା ପରିହାସର କାରଣ ହୋଇଥିଲେ। ମୁଖ୍ୟ କଥା ଥିଲା ଆଲିୟା ସାଧାରଣ ଜ୍ଞାନରେ ଖୁବ୍ ଦୁର୍ବଳ ଥିଲେ ବୋଲି ଅନେକଙ୍କ ମତ। ଏଇ ନବାଗତାଜଣକ କିନ୍ତୁ କାହା କଥାକୁ ଧ୍ୟାନ ନ ଦେଇ ନିଜ କ୍ୟାରିୟର ମନସ୍କ ହେଲେ। ଏଇ ଯୁବ ଅଭିନେତ୍ରୀଙ୍କ ସୁନ୍ଦର ପଦକ୍ଷେପକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶଂସା ଚାଲିଛି। ନିଜ ପୋଷାକକୁ ବିକ୍ରି କରି ସେଥିରୁ ହୋଇଥିବା ଆୟକୁ ସେ କର୍ଣ୍ଣାଟକର ଏକ ଅବହେଳିତ ଗ୍ରାମ କିକ୍କେରିର ୪୦ ପରିବାରଙ୍କୁ ଦାନ କରିଛନ୍ତି। ଏ ସଂକ୍ରାନ୍ତ​‌େ​‌ର ସେ କହିଛନ୍ତି, ଈଶ୍ବରଙ୍କ ଆଶୀର୍ବାଦରୁ ସେ ଆଜି ସଫଳ ହୋଇଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର ଜଣେ ବାନ୍ଧବୀ କିଛି ବର୍ଷ ତଳେ କର୍ଣ୍ଣାଟକର ଏହି ଗ୍ରାମ ବିଷୟରେ ଆଲିୟାଙ୍କୁ ଅବଗତ କରାଇଥିଲେ। ସେଠା ଲୋକ ଆଜିଯାଏଁ ବିଦ୍ୟୁତ୍ ସୁବିଧାରୁ ବଞ୍ଚିତ ଥିବାବେଳେ ପିଲାଙ୍କ ପାଠପଢ଼ା ନେଇ ମୁଖ୍ୟ ଅସୁବିଧା ଉପୁଜିଥିଲା। ଏଇ ସାଙ୍ଗଜଣକ ଏକ ଏନଜିଓରେ କାମ କରୁଥିବାରୁ ଆଲିୟାଙ୍କୁ ଏସବୁ ଅବଗତ କରାଇଥିଲେ। ଏ କଥା ଜାଣିବା ପରେ ଆଲିୟା ଯେପରି ହେଉ, ସେ ଗ୍ରାମ ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲେ। କଳାକାରମାନେ ବିଭିନ୍ନ ଦାମୀ ପୋଷାକ ପିନ୍ଧୁଥିବାବେଳେ ପରବର୍ତ୍ତୀ ସମୟରେ ସେଗୁଡ଼ିକ ନିଲାମ ମଧ୍ୟ କରାଯାଏ। ଏଣୁ ଆଲିୟା ମଧ୍ୟ ନିଜର ପୁରୁଣା ପୋଷାକକୁ ନିଲାମ କରି ଲବ୍ଧ ଅର୍ଥକୁ କର୍ଣ୍ଣାଟକର ସେହି ଗ୍ରାମକୁ ଦାନ କରିଥିଲେ। ଗ୍ରାମର ପ୍ରତ୍ୟେକ ଘରେ ଏବେ ବିଜଳି ବତି ଜଳିବା ସହ ଫ୍ୟାନ୍ ଚାଲୁଛି। ଗ୍ରାମର ଜନୈକ ବ୍ୟକ୍ତି ଏନ୍.ରାଓ କହିଛନ୍ତି ଆଲିୟାଙ୍କ ଏଇ ବଦାନ୍ୟତା ଗ୍ରାମବାସୀଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories