ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ଇନ୍ଦ୍ରାବତୀର ଉଦ୍ଗମ ସ୍ଥଳ ମର୍ଦ୍ଦିଗୁଡା
ଭୁବନେଶ୍ବର: ପ୍ରକୃତିର ଅନନ୍ୟ ଅବଦାନ କଳାହାଣ୍ଡି ଜିଲ୍ଲାର ବଣ ପାହାଡ ଘେରା ଥୁଆମୁଳ ରାମପୁର। ଏହି ବଣ ପାହାଡରୁ ସୃଷ୍ଟି ହେଇଛି ବହୁ ନଦୀ ଓ ଝରଣା। ଏହି ସମସ୍ତ ଝରଣାର ସମଷ୍ଟିରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ପରିକଳ୍ପନା। ଯାହା ଆଜି ଓଡିଶା ଅନ୍ୟ ଏକ ଆୟପନ୍ଥା ପାଲଟିଛି। ଏହି ଇନ୍ଦ୍ରାବତୀର ଉଦ୍ଗମ ସ୍ଥଳ ମର୍ଦ୍ଦିଗୁଡା ଆଗାମୀ ଦିନରେ କିଭଳି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ସେନେଇ ସରକାରୀ ସ୍ତରରେ ଚାଲିଛି ଉଦ୍ୟମ। ନିଶ୍ଛିତ ଭାବରେ କଳାହାଣ୍ଡି ବାସୀଙ୍କ ଏହି ସ୍ୱପ୍ନ ସାକାର ହେବ ବୋଲି ଜଣାପଡ଼ିଛି।
ଅଂଚଳବାସୀ ମନ୍ଦିର ପରିଚାଳନା ଦାୟିତ୍ବ ଦେବୋତ୍ତର ବିଭାଗ ଅଧୀନରେ ରହିଥିବାରୁ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ନିର୍ମାଣ ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ। ଅନ୍ୟପଟେ ନୂତନ ମନ୍ଦିର ନିର୍ମାଣ ସହ ଯାନ ବାହନ ପାଇଁ ଏକ ପାର୍କିଂ ସ୍ଥଳର ଆବଶ୍ୟକତା ରହିଛି। ବନ୍ଦାମାଲି ପାହାଡ ପାଦ ଦେଶରେ ଥିବା ଏକ ଆମ୍ବଗଛ ମୂଳରୁ ସୃଷ୍ଟି ଏହି ନଦୀ ତ୍ରିଧାରାରେ ଖରା ବର୍ଷା ଶୀତ ଅନବରତ ବହି ଚାଲିଥିବାରୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କିଭଳି ସ୍ଥାନ ପାଇବ ସେନେଇ ବ୍ୟବସ୍ଥା ସ୍ୱରୁପ ଏହି ମର୍ଦ୍ଦିଗୁଡାର ପାରିପାର୍ଶିକ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ତୁରନ୍ତ ଏଥିନେଇ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।
Comments are closed.