ୟୁକ୍ରେନରୁ ଓଡ଼ିଆଙ୍କୁ ଆଣିବାକୁ ପଦକ୍ଷେପ ନେଲେ ରାଜ୍ୟ ସରକାର, ୪ ପ୍ରତିନିଧିଙ୍କୁ ଦେଲେ ଦାୟିତ୍ବ

ଭୁବନେଶ୍ବର: ଋଷ ଓ ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଚାଲିଛି। ୟୁକ୍ରେନକୁ ଘନ ଘନ ଆକ୍ରମଣ କରି ଋଷ ସେଠାକାର ବହୁସ୍ଥାନ ଧ୍ବଂଶସ୍ତୁପରେ ପରିଣତ କରିଛି। ଯୁଦ୍ଧପ୍ରବଣ ୟୁକ୍ରେନରେ ବହୁ ଓଡ଼ିଆ ଫସି ରହିଛନ୍ତି। ଆଜି ୟୁକ୍ରେନରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ୪ଜଣଙ୍କୁ ପ୍ରତିନିଧି ଭାବେ କାର୍ଯ୍ୟ କରିବା ପାଇଁ ଏକ ନିର୍ଦେଶନାମା ପ୍ରକାଶ ପାଇଛି।

 

prayash

ୟୁକ୍ରେନ ସଂକଟ ପରିପ୍ରେପକ୍ଷୀରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ନିର୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ୟୁକ୍ରେନରୁ ଆସି ପଡୋଶୀ ଦେଶରେ ଅଟକି ରହିଥିବା ଓଡିଆଙ୍କୁ ଓଡ଼ିଶା ଫେରାଇ ଆଣିବା ଏକ ନିର୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦେଶନାମାରେ ୟୁକ୍ରେନରୁ ଆସି ପଡୋଶୀ ଦେଶରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ୪ ଜଣଙ୍କୁ ପ୍ରତିନିଧି ଦାୟିତ୍ୱ ଦିଆଯାଇଛି। କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟ ପୋଲାଣ୍ଡ ଓ ଅନ୍ୟ ଦେଶରୁ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଆଣିବା ଦାୟିତ୍ୱରେ ରହିବେ। ଏହାସହିତ ସମସ୍ତ ଛାତ୍ରଛାତ୍ରୀ ବିଦେଶୀରୁ କିଭଳି ଓଡ଼ିଶା ଫେରି ଆସିବେ ସେଥିପାଇଁ ତାଙ୍କୁ କୋଅର୍ଡିନେଟର ଦାୟିତ୍ବ ଦିଆଯାଇଛି। ସେହିପରି ସିନିୟର ଟିଡିପିଏସ ଅଫିସର ଆରୁଷୀ ରାୟ ହଙ୍ଗେରୀରେ ଅଟକିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବାକୁ ଥିବାବେଳେ ରୋମାନିଆରେ ଆଶ୍ରୟ ନେଇଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବେ ବୈଶାଳୀ ମହାନ୍ତି । ଏହି ତିନି ଅଫିସରଙ୍କ ସହିତ ଅନୁରାଗ ପଟ୍ଟନାୟକ ସ୍ଲୋଭାକିଆରେ ଅଟକିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ନେଇ ଯୋଗାଯୋଗ କରିବେ। ଏହି ୪ଜଣ ପ୍ରତିନିଧି ଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିସନରଙ୍କ ସହ ଯୋଗାଯୋଗରେ ରହିବେ ବୋଲି ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଦେଶନାମାରେ ଦର୍ଶାଯାଇଛି।

kalyan agarbati

Comments are closed.