କୌଣସି ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ଆକ୍ରମଣ ସଭ୍ୟ ସମାଜ ଆଦୌ ବରଦାସ୍ତ କରିବ ନାହିଁ ବୋମା ନୁହେଁ ହସ ଫୁଟାଇବା ଜରୁରୀ
ଭୁବନେଶ୍ୱର : ୟୁକ୍ରେନ୍ ଉପରେ ରୁଷିଆର ବର୍ବରୋଚିତ ଆକ୍ରମଣ ବିରୁଦ୍ଧରେ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦାବିରେ ଆଜି ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭରେ ବ୍ରେନସ୍ ଏଜୁକେସନ୍ ଓ କର ଫାଉଣ୍ଡେସନର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ। ପୁଟିନ୍ ସରକାରର ସାମ୍ରାଜ୍ୟବାଦୀ ଓ ବିସ୍ତାରବାଦୀ ନୀତି ବିଶ୍ୱକୁ ଯୁଦ୍ଧ ମୁହଁକୁ ଠେଲିଦେଇଛି ଏବଂ ସାଧାରଣ ଜନତାଙ୍କ ଜୀବନ ବିପନ୍ନ ହୋଇଯାଇଛି। କୌଣସି ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ଏପରି ଆକ୍ରମଣ ସଭ୍ୟ ସମାଜ ଆଦୌ ବରଦାସ୍ତ କରିବ ନାହିଁ। ଏହା ମାନବତା ଉପରେ ଜଘନ୍ୟ ଆକ୍ରମଣ ବୋଲି ନିନ୍ଦା କରିବା ସହ ଯୁଦ୍ଧ ବିରୁଦ୍ଧରେ ଓ ଶାନ୍ତି ସପକ୍ଷରେ ବିଶ୍ୱବାସୀ ଏକହୁଅ ସ୍ଲୋଗାନ୍ ଦେଇ ଆଜି ଏକ ପ୍ରତୀକାତ୍ମକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ “ବୋମା ନୁହେଁ ହସ ଫୁଟାଇବା” ବୋଲି ଶ୍ରୀ ଅଲ୍ଲୀ ଆହ୍ୱାନ ଦେଇଥିଲେ।
ଆଜି ଏହି ବିକ୍ଷୋଭରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ଅମୀୟ ପାଣ୍ଡବ, ସମାଜବାଦୀ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବ୍ରେନ୍ସ ଏଜୁକେସନର ପ୍ରତିଷ୍ଠାତା ଅଶ୍ୱିନୀ ପାଢ଼ୀ, ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ, ଅଜିତ ବେହେରା, ତସଲିମା, ପୂର୍ଣ୍ଣମାସୀ ସାହୁ, ଅଭିଷେକ ପ୍ରଧାନ, ଅର୍ପିତା ନାୟକ, ଆଦିତ୍ୟ ପରିଡ଼ା, ସମ୍ବିତ ନାୟକ, ଅଶୋକ ବେହେରା, ବିପୁଲ ସ୍ୱାଇଁ, ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.