ବିଜେପି ଦଖଲରେ ପାତ୍ରପୁର ପଞ୍ଚାୟତ ସମିତି

ପାତ୍ରପୁର: ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ପଂଚାୟତ ସମିତି ବିଜେଡି ସପକ୍ଷରେ ନିର୍ବାଚନ ଫଳ ଯାଇଥିବା ବେଳେ ପାତ୍ରପୁରରେ ତାହାରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ପ୍ରଥମଥର ପାଇଁ ବିଜେପି ଅଧକ୍ଷ ଆସନ ହାତେଇବା ଫଳାଫଳରୁ ସ୍ପଷ୍ଟ ହୋଇଛି। ଏହି ପଞ୍ଚାୟତ ସମିତିରେ ଥିବା ୨୩ଟି ପଞ୍ଚାୟତରେ ତିନୋଟି ଜିଲା ପରିଷଦ ଜୋନ ରହିଛି। ବିଜେପି ଗୋଟିଏ ଜିଲା ପରିଷଦ ଜୋନରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ୧୩ ଜଣ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ବିଜୟୀ ହେବା ପରେ ସମିତି ଗଠନ କରିବା ପ୍ରୟାସ ଆରମ୍ଭ ହୋଇଛି। ଜିଲା ପରିଷଦ ଜୋନ ୩୪ରେ ବିଜେପି ପ୍ରାର୍ଥୀ ଏମ.କାମରାଜୁ ବିଜେଡି ପ୍ରାର୍ଥୀଙ୍କ ଠାରୁ ୧୩୪୪ଟି ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି ଆଙ୍କୁଲି, ମନ୍ଦରଡା, ଖାରିଆଗୁଡା, ବାଦପୁର, ଜରଡା, ବରଙ୍ଗ, ବୁରାତାଲ, ଗୁଡିପଦର, ବି.ନୂଆଗାଁ, ଜୟନ୍ତୀପୁର,ସାମନ୍ତିଆ ପଲ୍ଲୀ, ପାତ୍ରପୁର, ପଦାଦିଗି ପଞ୍ଚାୟତରେ ବିଜେପି ସମାର୍ଥିତ ପ୍ରାର୍ଥିମାନେ ବିଜୟୀ ହୋଇଛନ୍ତି। ଗତକାଲି ଅନୁଷ୍ଠିତ ୭ଟି ପଞ୍ଚାୟତର ଭୋଟ ଗଣିତି ପରେ ପାତ୍ରପୁର ସରପଞ୍ଚ ଭାବେ ସଦାନନ୍ଦ ନାୟକ, ସମିତି ସଭ୍ୟ ଭାବେ ଅନାଦି ପଣ୍ଡିତ ବିଜୟୀ ହୋଇଛନ୍ତି।

 

prayash

ସେହିପରି ପଦାଦିଗି ପଞ୍ଚାୟତରେ ସରପଞ୍ଚ ଗାୟତ୍ରୀ ପାଣିଗ୍ରାହୀ ଓ ସମିତି ସଭ୍ୟ ଏ.ପାପାମ୍ମା, ଜୟନ୍ତୀପୁର ପଞ୍ଚାୟତରେ ସରପଞ୍ଚ ଭାବେ ଆଇ.ସୁଶିଳା ସମିତି ସଭ୍ୟ ଭାବେ ବାଲାଜୀ ପାଢ଼ୀ, ବି ନୂଆଗାଁ ପଞ୍ଚାୟତରେ ସରପଞ୍ଚ ଭ।ବେ ଏମ ମୋହନ ରାଓ ଏବଂ ସମିତି ସଭ୍ୟ ଭାବେ ଆଇ. ହେମଲତା, କେଶରୀ ପଡା ପଞ୍ଚାୟତରେ ସରପଞ୍ଚ ଭାବେ ଓ.ଦମୟନ୍ତି ସମିତି ସଭ୍ୟ ଭାବେ ଜି.ରୁକୁଣୀ, ସାମନ୍ତିଆପଲ୍ଲୀ ପଞ୍ଚାୟତ ସରପଞ୍ଚ ଭାବେ ଏନ.ତିରୁପତି ସମିତି ସଭ୍ୟ ଭାବେ ପ୍ରଶାନ୍ତ ସାହୁ ,ଗୁଡିପଦର ପଞ୍ଚାୟତରେ ସରପଞ୍ଚ ଏ.ଶ୍ରୀଦେବୀ ଅପ୍ରତିଦ୍ବନ୍ଦ୍ବୀ ହୋଇ ଥିବାବେଳେ ସମିତି ସଭ୍ୟ ଭାବେ ୱାଇ.ସଂଯୁକ୍ତା ବିଜୟୀ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ପ୍ରାର୍ଥିଙ୍କୁ ଏକାଠି କରି ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ନିଜ ଅକ୍ତିଆରରେ ରଖିଛନ୍ତି। ପାତ୍ରପୁର ସମିତି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି। ଏହି ପଦ ପାଇଁ ଗୁଡିପଦର ସମିତି ସଭ୍ୟା ୱାଇ.ସଂଯୁକ୍ତାଙ୍କ ନାମ ଚର୍ଚ୍ଚାହେଉଛି। ସେ ପୂର୍ବରୁ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ହୋଇଥିବା ବେଳେ ତାଙ୍କ ସ୍ୱାମୀ ବର୍ତ୍ତମାନ ସରପଞ୍ଚ ଅଛନ୍ତି।

kalyan agarbati

Comments are closed.