ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ
କଲ୍ୟାଣସିଂହପୁର: ରାୟଗଡା ଜିଲାକଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ନିୟମଗିରି ପାହାଡରେ ଅବସ୍ଥିତ କାଡ୍ରାକାବଣ୍ଡଳୀ ଗାଁରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପାର୍ଶାଲି ସହାୟତାରେ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଜିଲା ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ କରିଛନ୍ତି। ଓଡ଼ିଶା ସରକାର ରାଜ୍ୟର ୧୭ଟି ମାଇକ୍ରୋ ପ୍ରୋଜେକ୍ଟ ଏରିଆରେ ୧୩ଗୋଟି ଆଦିମ ଜନଜାତିଙ୍କ ପାଇଁ ଶିଶୁ ଓ ମାତୃ ସୁରକ୍ଷା ପୋଷଣ ବିକାଶ ନିମନ୍ତେ ଓପିଲିପି ମାଧ୍ୟମରେ କାର୍ଯ୍ୟକାରୀ କରିବା କୁହାଯାଇଛି। ପାର୍ଶାଲିରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ମାଧ୍ୟମରେ ୨ଟି ମାତୃ ଓ ଶିଶୁ ପୋଷଣ କେନ୍ଦ୍ର, ୧୪ ଗୋଟି ପଡାପୃଷ୍ଟି ଓ ୧୬ ଗୋଟି ଗର୍ଭବତୀ, ପ୍ରସୂତି ମାଆମାନଙ୍କ ନିମନ୍ତେ ପୁଷ୍ଟିକର ଖାଦ୍ୟପେୟ ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉକ୍ତ ଗାଁରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାଇତ୍ତ୍ବ ଦେଇଛନ୍ତି।
ଏହାକୁ ସଠିକ ଭାବରେ ପରିଚାଳନା କଲେ ଉକ୍ତ ଗ୍ରୁପକୁ ପାରିଶ୍ରମିକ ମୂଲ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ମାଧ୍ୟମରେ ୨୬୭ ଶିଶୁ, ୧୧୦ ଗର୍ଭବତୀ ଓ ପ୍ରସୂତି ଡଙ୍ଗରିଆ କନ୍ଧ ମହିଳା ଉପକୃତ ହେବେ। ଏଥିରେ ଡିକେଡିଏର ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇନା, ପ୍ରକଳ୍ପ ପରିଚାଳକ ସଞ୍ଜୟ କୁମାର ସ୍ୱାଇଁ, ପୋଷଣ ସଂଯୋଜକ ସୌମ୍ୟରଞ୍ଜନ ମହାନ୍ତି, ସୋସିଆଲ ମୋବିଲାଇଜର ନବୀନ ଚନ୍ଦ୍ର, ଫାର ସଂସ୍ଥାର ଟିମ ପରିଚାଳକ ପ୍ରଦୀପ୍ତ କୁମାର ରାଉତରାୟ, ଅଙ୍ଗନବାଡି କର୍ମୀ, ଗ୍ରାମପଞ୍ଚାୟତର ଦୁଇଜଣ ପୋଷଣ ସହାୟକ ସହାୟିକା, ମହିଳା ଗୋଷ୍ଠୀ ଓ ଗ୍ରାମର ଡଙ୍ଗରିଆ ମହିଳା ପୁରୁଷ ଉପସ୍ଥିତ ରହିଥିଲେ।
Comments are closed.