ପିପିଲିର ୨୩ନଂ ଜୋନ୍‌ରେ ବିଜେଡି ବିଜୟୀ

ପିପିଲି:ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପିପିଲି ବ୍ଲକର ୨୩ନଂ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକ ୪ହଜାର ୩୦୩ ଖଣ୍ଡ ଭୋଟ୍‍ ବ୍ୟବଧାନରେ ବିଜୟୀ ହୋଇଥିବା ସୂଚନା ମିଳିଛି। ଏହି ଆସନରେ ଶ୍ରୀମଲ୍ଲିକଙ୍କ ସମେତ ବିଜେପି ଦଳର ପ୍ରାର୍ଥୀ ସୁରେନ୍ଦ୍ର ବେହେରା, ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ରମେଶ କୁମାର ବେହେରା ଓ ଆମ୍‍ ଆଦମି ପାର୍ଟିର ପ୍ରାର୍ଥୀ କବି ବେହେରା ପ୍ରତିଦ୍ୱନ୍ଦିତା କରୁଥିଲେ। ଏହି ଆସନ ଅଧିନରେ ଥିବା କୁଳଶିଖରପାଟଣା, ଜଗନ୍ନାଥପୁର, ଦାଣ୍ଡମୁକୁନ୍ଦପୁର, ଦୁର୍ଗାଦାଶପୁର, ନୂଆଶାସନ, ମଙ୍ଗଳପୁର, ସଁପୁର ଓ ହାଟସାହି ପଞ୍ଚାୟତର ଭୋଟ୍‍ ଫଳାଫଳ ଅନୁଯାୟୀ ବିଜେପି ସମର୍ଥିତ ୪ ଜଣ ପ୍ରାର୍ଥୀ ସମିତିସଭ୍ୟ ଆସନରେ ଓ ୫ଜଣ ପ୍ରାର୍ଥୀ ସରପଞ୍ଚ ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡି ସମର୍ଥିତ ୪ଜଣ ପ୍ରାର୍ଥୀ ସମିତିସଭ୍ୟ ଆସନରେ ଓ ୩ଜଣ ପ୍ରାର୍ଥୀ ସରପଞ୍ଚ ଆସନରେ ବିଜୟୀ ହୋଇଥିବା ସୂଚନା ମିଳିଛି।

prayash

ପିପିଲି ବ୍ଳକର ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମିତା ନାଥ, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ତହସିଲଦାର ସପନ କୁମାର ନନ୍ଦ, ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଷ୍ଟ୍ରଙ୍ଗରୁମ୍‍ ଓ ଭୋଟ୍‍ ଗଣତି କେନ୍ଦ୍ର ବାହାରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ଲକ କାର୍ଯ୍ୟାଳୟ ବାହାରେ ବିଭିନ୍ନ ଦଳର କର୍ମୀ ଓ ସମର୍ଥକଙ୍କ ଭିଡ ଲାଗିଥିବା ପରିଲକ୍ଷିତ ହୋଇଛି।

kalyan agarbati

Comments are closed.