ରାମନାଗୁଡା ଜିଲା ପରିଷଦ ଆସନ: ସମାନ ଭାଗ ବାଣ୍ଟିଲେ ବିଜେଡି-କଂଗ୍ରେସ

ନିର୍ବାଚିତ ହେଲେ ୧୨ ସରପଞ୍ଚ ଓ ସମିତିସଭ୍ୟ

 

prayash

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ୨ଟି ଜୋନ ଜିଲା ପରିଷଦ ଆସନରୁ ବିଜେଡ଼ି ଓ କଂଗ୍ରେସ ଗୋଟିଏ ଲେଖାଏଁଁ ଆସନରେ ବିଜୟୀ ହୋଇଛନ୍ତି। ଏଠାରେ ବିଜେଡ଼ି ଓ କଂଗ୍ରେସ ସମାନ ଭାଗ ବାଣ୍ଟିନେଇ ଗୋଟିଏ ଲେଖାଏଁ ଆସନକୁ ନିଜ ଦଖଲକୁ ଆଣିଛନ୍ତି। ଅପରପକ୍ଷରେ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଏଠାରେ ବିଜେପିକୁ ନିରାଶ ହେବାକୁ ପଡ଼ିଛି।
ଚଳିତ ବର୍ଷ ତ୍ରିସ୍ତରୀୟ ନିର୍ବାଚନରେ ରାମନାଗୁଡା କ ଜୋନ ନିମନ୍ତେ ବିଜେଡିର ଜିଲା ସଂପାଦକ ଗଗନ ଆଚାର୍ୟ୍ୟ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ତାଙ୍ଗୁଡୁ ଶ୍ରୀଧର ଓ ବିଜେପିରୁ ବୃନ୍ଦାବନ ସେନାପତି ପ୍ରାର୍ଥୀ ରହିଥିଲେ। ଏହି ନିର୍ବାଚନରେ ରାମନାଗୁଡା କ ଜୋନରୁ କଂଗ୍ରେସରୁ ତାଙ୍ଗୁଡୁ ଶ୍ରୀଧର ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଗଗନ ଆଚାର୍ଯ୍ୟଙ୍କୁ ୨୬୩ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। କଂଗ୍ରେସର ତାଙ୍ଗୁଡୁ ଶ୍ରୀଧର ୬ହଜାର ୪ଶହ୬୬ ଭୋଟ ପାଇଥିବା ବେଳେ ବିଜେଡିର ଗଗନ ଆଚାର୍ଯ୍ୟ ପାଇଛନ୍ତି ୬ହଜାର ୨ଶହ୩ଭୋଟ ଓ ବିଜେପି ବୃନ୍ଦାବନ ସେନାପତି ୧ହଜାର ୫ଶହ୨୬ ଭୋଟ ପାଇ ତୃତୀୟ ସ୍ଥାନ ପାଇ ପରାଜୟ ସ୍ବାଦ ଚାଖିବାକୁ ପଡ଼ିଛି।
ଅପରପକ୍ଷରେ ରାମନାଗୁଡା ଖ ଜୋନରେ ବିଜେଡି ବିପୁଳ ପରିମାଣ ଭୋଟରେ ବିଜୟ ହାସଲ କରିଛି। ଏଠାରେ ବିଜେଡିରୁ ସୁରେଶ ଗମାଙ୍ଗ ୭ହଜାର୫ଶହ ୫୮ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ସସ୍ମିତା ଗମାଙ୍ଗଙ୍କୁ ୪ହଜାର ୨ଶହ ୪୯ଭୋଟ ବ୍ୟବଧାନରେ ପରାଜିତ କରି ବିଜୟ ହୋଇଛନ୍ତି। କଂଗ୍ରେସର ସସ୍ମିତା ଗମାଙ୍ଗ ୩ହଜାର ୩ଶହ ୯ଭୋଟ ଓ ବିଜେପିର ବନମାଳୀ ଗମାଙ୍ଗ ୩ହଜାର ୯୫ ଭୋଟ ପାଇ ପରାଜିତ ହୋଇଛନ୍ତି। ସେହିପରି ୧୨ଗୋଟି ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟରେ କଡ଼ା ଟକ୍କର ହୋଇଥିଲା।
ଗୁଲୁଣ୍ଠି ପଞ୍ଚାୟତର ସରପଞ୍ଚ ମାଝିଗୈରୀ କଣ୍ଡାଗରୀ ୬ଶହ୪୦ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଗାୟତ୍ରୀ ମାଣ୍ଡାଙ୍ଗି ୫ଶହ୪୨ଭୋଟ ପାଇଥିବା ବେଳେ ୯୮ଭୋଟରେ ପରାଜିତ କରିଛନ୍ତି। ଗୁଲୁଣ୍ଠି ସମିତିସଭ୍ୟ ଭାବେ ଲଳିତା ମାଣ୍ଡାଙ୍ଗି୬ଶହ୬୪ଭୋଟ ପ୍ରତିଦ୍ୱନ୍ଦୀ ମମତା ଆରକା ୬ଶହ୧୩ଭୋଟ ପାଇଥିବା ୩୧ଭୋଟରେ ପରାଜିତ ହୋଇଛନ୍ତି। ଗୋଗୁପାଡୁ ପଞ୍ଚାୟତରେ ଶୋଭାବତୀ ମାଣ୍ଡାଙ୍ଗି ୧,୨୩୬ଭୋଟ ନିକଟତମ ପ୍ରତିଦ୍ୱନ୍ଦୀ ବର୍ତ୍ତମାନ ବ୍ଲକ ଅଧ୍ୟକ୍ଷା ରହିଥିବା ରଜନୀ ମାଣ୍ଡାଙ୍ଗି ୯ଶହ ଭୋଟ ପାଇଛନ୍ତି। ସମିତିସଭ୍ୟ ଭାବେ ଜାନକୀ ନିମାଲା ୧୦୪୬ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମାଣ୍ଡାଙ୍ଗିଙ୍କୁ ୯ଶହ ୧୫ଭୋଟ ପାଇ ୧ଶହ ୩୧ଭୋଟରେ ପରାଜିତ ହୋଇଛନ୍ତି। ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତରେ ବର୍ତ୍ତମାନ ସରପଞ୍ଚ ଥିବା ଦେବୀ ନିମାଲା୭୯୪ଭୋଟ ପାଇ ପୁର୍ନବାର ନିର୍ବାଚିତ ହୋଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦୀ କୃଷ୍ଣଚନ୍ଦ୍ର ମୁଟିକାଙ୍କୁ ୬୧୨ ଭୋଟ ପାଇ ୧୮୨ଭୋଟରେ ପରାଜିତ କରିଛନ୍ତି। ଗୋସାଇଁ ଗୁଲୁମୁଣ୍ଡା ସମିତିସଭ୍ୟ ଭାବେ ସୁଷମା ଗୁରୁ ୯୦୭ଭୋଟ ପାଇଥିବା ବେଳେ କଳ୍ପନା ପାତିକା ୫୧୩ଭୋଟ ପାଇଛନ୍ତି।
ରାମନାଗୁଡା ସଦର ପଞ୍ଚାୟତ ତଥା ପାରିଖିତି ପଞ୍ଚାୟତ ଦୀର୍ଘବର୍ଷ ଧରି ଗୋଟିଏ ପରିବାର ହାତରେ ସରପଞ୍ଚ ଆସନ ରହିଥିବା ବେଳେ ବର୍ତ୍ତମାନ ନବାଗତ ଚେହେରାଙ୍କୁ ସ୍ଥାନଦେଇଛନ୍ତି ଭୋଟର। ପାରିଖିତି ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଭାବେ ଗ୍ରାଜୁଏଟ ଛାତ୍ର ସୁଶାନ୍ତ ନିମାଲାଙ୍କୁ ସ୍ଥାନୀୟ ଭୋଟର ପସନ୍ଦ କରିଛନ୍ତି। ସେ ୧୦୧୭ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସୂର୍ଯ୍ୟରାଓ କୁମ୍ଭୀରିକାଙ୍କୁ ୮୮୬ଭୋଟ ପାଇବା ସହ ୧୩୧ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ପାରିଖିତି ସମିତିସଭ୍ୟ ଭାବେ କାଡ୍ରାକା ଲକ୍ଷ୍ମୀ ୧୭୧୫ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଚମ୍ପା ମାଣ୍ଡାଙ୍ଗି ୧୨୧୫ ଭୋଟ ପାଇ ପରାଜିତ ହୋଇଛନ୍ତି। ପେଣେକାମ ପଞ୍ଚାୟତରେ କାଡ଼୍ରାକା ରମାବତୀ ୭୧୩ଭୋଟପାଇ ବିଜୟଲାଭ କରିଥିବା ବେଳେ ନିକଟତମ ପ୍ରତଦ୍ବନ୍ଦୀ ସୁମିତ୍ରା ପାତିକା ୬୭୩ଭୋଟ ପାଇ ପରାଜିତ ହୋଇଛନ୍ତି। ସମିତିସଭ୍ୟ ଭାବେ ମାଣ୍ଡାଙ୍ଗି ସୁବେୟା ୯ଶହ୪୫ ଓ ପ୍ରତିଦ୍ୱନ୍ଦୀ ଶ୍ରୀନିବାସ ଶବର ୪ଶହ୩୭ ଭୋଟ ୫ଶହ୮ଭୋଟର ପରାଜିତ ହୋଇଛନ୍ତି।
ସୁଣ୍ଡିଢାମୁଣି ପଞ୍ଚାୟତରେ ଭାସ୍କର କାଡ଼୍ରାକା ୧୧୮୨ଭୋଟ ପାଇଥିବା ବେଳେ ସୁଜାତା ମାଣ୍ଡାଙ୍ଗିଙ୍କୁ ୧୧୪୧ଭୋଟ ପାଇ ୪୧ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ବିଜେଡି ଯୁବ ସଂପାଦକ ତଥା ସମିତିସଭ୍ୟ କମଳଲୋଚନ ମୁଟିକା ୧୧୯୪ଭୋଟରେ ବିଜୟଲାଭ କରିଥିବାବେଳେ ପ୍ରତିଦ୍ୱନ୍ଦ୍ବୀ ଭାସ୍କର ବିଡିକା ୪୯୧ଭୋଟରେ ୭୩ଭୋଟରେ ପରାଜିତ କରିଛନ୍ତି।
ଉକାମ୍ବା ପଞ୍ଚାୟତର ମେନକା ଶବର ୧୨୭୬ଭୋଟ ପାଇଥିବାବଳେ ଯମୁନା ଶବର ୧୨୬୪ଭୋଟ ପାଇ ପରାଜିତ ହୋଇଛନ୍ତି। ସମିତିସଭ୍ୟ ଭାବେ ରବିଶଙ୍କର ଗମାଙ୍ଗ ୧୮୦୦ ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦୀ ମୋହନ କୁମ୍ଭୀରିକାଙ୍କୁ ୯୩୫ଭୋଟ ପାଇ ପରାଜିତ ହୋଇଛନ୍ତି।
କୁଜେନ୍ଦୀରେ ରମେଶ ଶବର ୮୮୮ଭୋଟରେ ବିଜୟ ଲାଭ କରିଥିବା ବେଳେ ନିକଟ ପ୍ରତଦ୍ବନ୍ଦୀ ଦାଶରଥି ଶବର ୮୪୧ଭୋଟ ପାଇ ୪୭ଭୋଟରେ ପରାଜିତ ହୋଇଛନ୍ତି। କୁଜେନ୍ଦୀ ସମିତିସଭ୍ୟ ଭାବେ ଲକ୍ଷ୍ମୀ ପିୟା ମାଣ୍ଡାଙ୍ଗି ୯୨୪ଭୋଟ ପ୍ରତିଦ୍ୱନ୍ଦୀ ଲିଜା ଶବର ୭୭୨ଭୋଟ ୧୫୨ ଭୋଟରେ ପରାସ୍ତ କରିଛନ୍ତି। ଗୁଲୁମୁଣ୍ଡା ପଞ୍ଚାୟତରେ ବିକ୍ରମ ଶବର ୧୬୦ଭୋଟ ପ୍ରତିଦ୍ୱନ୍ଦ୍ବୀ ରାଜେନ୍ଦ୍ର ଶବର ୪ ୧୭ ଭୋଟ ୬୪୩ଭୋଟରେ ପରାଜୟ ହେଵାକୁ ପଡିଛି।
ଗୁଲୁମୁଣ୍ଡା ସମିତିସଭ୍ୟ ଭାବେ ସୁରେନ୍ଦ୍ର ମାଣ୍ଡାଙ୍ଗି ୧୧୪୦ଭୋଟ ପ୍ରତିଦ୍ୱନ୍ଦୀ ବସନ୍ତ ଶବର ୬୯୧ଭୋଟ ୪ଶହ୪୯ ଭୋଟରେ ପରାସ୍ତ ହୋଇଛନ୍ତି। ନିଲାମଗୁଡା ପଞ୍ଚାୟତରେ ଗୀତାଞ୍ଜଳୀ ଦୋରା ୧୩୧୦ପାଇଥିବା ବେଳେ ପୂଣ୍ଣବାସୀ ତୋଇକା ୧୩୦୧ ଭୋଟପାଇ ୯ଭୋଟରେ ପରାଜିତ ହୋଇଥିବାବେଳେ ସମିତିସଭ୍ୟ ଭାବେ ଭାରତୀ ପାତିକା ୧୩୮୭ଭୋଟ ପ୍ରତିଦ୍ୱନ୍ଦୀ ଅପରାଜିତା ଶବର ୧୨୦୭ଭୋଟ ପାଇ ୧୮୦ଭୋଟରେ ପରାଜିତ ହୋଇଛନ୍ତି।
ବୁତିଂ ପଞ୍ଚାୟତରେ ଦେବଦାସ ତୋଇକା ୬ଶହ ୧ଭୋଟ ପାଇନବ ନିର୍ବାଚିତ ସରପଞ୍ଚ ହୋଇଥିବା ବେଳେ ପ୍ରତିଦ୍ୱନ୍ଦୀ ପ୍ରସାଦ ଗମାଙ୍ଗଙ୍କୁ ୫୭୯ ଭୋଟ ୨୨ଭୋଟରେ ପରାଜିତ ହୋଇଥିବାବେଳେ ସମିତିସଭ୍ୟ ଭାବେ ଆପାରାଓ ପାତିକା ୫୫୫ ପ୍ରତିଦ୍ୱନ୍ଦୀ ରମେଶ କଣ୍ଡାଗରୀ ୪୮୨ଭୋଟ ପାଇ ୭୩ଭୋଟରେ ପରାଜିତ ହୋଇଛନ୍ତି। ଭାମିନି ପଞ୍ଚାୟତରେ ରିତୁପ୍ରଭା ଗମାଙ୍ଗ ୧୮୬୫ଭୋଟରେ ବିଜୟ ଲାଭ କରିଥିବା ବେଳେ କୁମୁଦୁନୀ ମାଣ୍ଡାଙ୍ଗି ୯୬୦ଭୋଟ ପାଇଥିବାବେଳେ ୯୦୫ଭୋଟରେ ପରାଜିତ କରିଛନ୍ତି। ସମିତିସଭ୍ୟ ଭାବେ ସୁଜାତା ନାଗବଂଶ ୧୩୬୩ପ୍ରତିଦ୍ୱନ୍ଦୀ ବିଶ୍ବନାଥ ଡ଼ଲି ୧୨୬୫ଭୋଟ ପାଇ ୯୮ଭୋଟରେ ପରାଜୟ କରିଛନ୍ତି।

kalyan agarbati

Comments are closed.