୯ଟି ବିଜେଡିର ବାଜିମାତ୍, ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ
ଖାତା ଖୋଲିଲାନି ବିଜେପି ଓ କଂଗ୍ରେସ
ନବରଙ୍ଗପୁର: ପ୍ରଥମ ପର୍ଯ୍ୟାୟ ଜିଲାପରିଷଦ ନିର୍ବାଚନର ଭୋଟ ଗଣତି ଶନିବାରଦିନ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିବାବେଳେ ରବିବାର ସକାଳୁ ଫଳାଫଳ ଜଣାପଡିଛି। ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ସମସ୍ତ୧୦ଟି ଜିଲା ପରିଷଦ ଜୋନ୍-୧ ନିର୍ବାଚନରେ ୯ଟି ଆସନରେ ବିଜୁଜନତାଦଳ ଏକତରଫା ଭାବେ ବାଜିମାତ୍ କରିଥିବାବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ନବରଙ୍ଗପୁରରେ ବିଜେପି ଓ କଂଗ୍ରେସ ଖାତା ଖୋଲି ପାରିନାହିଁ। ଜିଲାର ତେନ୍ତୁଳିଖୁଣ୍ଟିବ୍ଳକ ଜୋନ- ୧ର ବିଜେଡି ପ୍ରାର୍ଥୀ କୃଷ୍ଣାମଞ୍ଜରୀ ବିଷୋୟୀ ୧୦୧୬୭ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ବିମ୍ରତା ବିଷୋୟୀ ୭୨୪୯ଟି ଓ କଂଗ୍ରେସର ନଳୀନି ପ୍ରଭା ହିଆଲ ୭୧୩୪ଟି ଭୋଟ ପାଇଛନ୍ତି। ଉମରକୋଟ ବ୍ଳକର ଜିଲା ପରିଷଦ ଜୋନ୍ ୧ର ବିଜେଡି ପ୍ରାର୍ଥୀ ଚନ୍ଦନ ରାୟ ୧୨୪୫୪ଟି ଭୋଟପାଇ ଜିତିଥିବାବେଳେ ବିଜେପିର ବିଶ୍ୱନାଥ ବିଶ୍ୱାସ ୮୪୭୭ ଟି ଓ କଂଗ୍ରେସର କର୍ପୁରଚନ୍ଦ୍ର ନାୟକ ୬୬୧୦ଟି ଭୋଟ ପାଇଛନ୍ତି। ଚନ୍ଦାହାଣ୍ଡି ଜୋନ ୧ରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ପଟେଲ ୧୦୨୮୩ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ହେମଲତା ବାଘ ୭୫୯୭ ଟି ଓ କଂଗ୍ରେସ ପୁଷ୍ପାଞ୍ଜଳି ଖରସେଲ ୧୧୯୬ ଭୋଟ ପାଇଛନ୍ତି। ଝରିଗାଁ ଜୋନ-୧ର ବିଜେଡିର ଯମୁନା ଗଣ୍ଡ ୧୩୭୪୯ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ଉର୍ମିଳା ଗଣ୍ଡ ୪୬୦୬ଟି ଓ କଂଗ୍ରେସର ହାରାବତୀ ଗଣ୍ଡ ୧୧୭୮୨ ଭୋଟ ପାଇଛନ୍ତି। ରାଇଘର ବ୍ଳକ ଜୋନ ୧ରେ ବିଜେଡି ପ୍ରାର୍ଥୀ ଯତିନ୍ଦ୍ରନାଥ ଗଣ୍ଡ ୯୩୮୮ଟି ଭୋଟ ପାଇ ବିଜୟ ହାସଲ କରିଥିବାବେଳେ ବିଜେପିର ମହେଶ ଗଣ୍ଡ ୮୧୦୭ ଟି ଓ କଂଗ୍ରେସ କମିତଲା ହାଲବା ୧୦୭୫ ଟି ଭୋଟ ପାଇଛନ୍ତି। ପାପଡାହାଣ୍ଡି ଜୋନ ୧ର ବିଜେଡି ର ପ୍ରାର୍ଥୀ ଯଶୋବନ୍ତ ନାୟକ ୧୧୫୯୮ ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପି ପ୍ରଭାକର ଜାନୀ ୩୯୬୭, କଂଗେସର ଉଅାଁସୁ ମାଝୀ ୭୦୭୪ ଟି ଭୋଟ ପାଇଛନ୍ତି।
କୋଷାଗୁମୁଡା ବ୍ଲକର ଜୋନ ୧ ବିଜେଡି ପ୍ରାର୍ଥୀ ରମାବତୀ ପୂଜାରୀ ୧୨୨୦୭ ଟି ଭୋଟ ପାଇ ଜିତିଥିବାବେଳେ ବିଜେପିର ପଦ୍ମିନୀ ଭତରା ୬୮୧୫ଟି ଓ କଂଗ୍ରେସର କନକ ପୂଜାରୀ ୧୦୧୭୯ ଟି ଭୋଟ ପାଇଛନ୍ତି। ଡାବୁଗାଁବ୍ଲକ ଜୋନ ୧ର ବିଜେଡି ପ୍ରାର୍ଥୀ ଧନସିଂ ଭତରା ୧୦୫୬୧ଟି ଭେଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ବିଶ୍ୱନାଥ ମାଝୀ ୨୩୮୯ ଟି ଓ କଂଗ୍ରେସର କମଳୁ ଭତରା ୭୧୦୨ଟି ଭୋଟ ପାଇଛନ୍ତି। ନବରଙ୍ଗପୁର ବ୍ଳକ ଜୋନ ୧ରେ ବିଜେଡି ପ୍ରାର୍ଥୀ ଜୟମଣି ସମରଥ ୧୩୦୬୯ଟିଭୋଟ ପାଇ ଜୟଯୁକ୍ତ ହୋଇଥିବାବେଳେ ବିଜେପିର କୁମାରୀ ନାୟକ ୬୯୪୧ ଟି ଓ କଂଗ୍ରେସର ପଦ୍ମିନୀ ପୂଜାରୀ ୧୭୨୨ ଟି ଭୋଟ ପାଇଛନ୍ତି। ନନ୍ଦାହାଣ୍ଡି ସ୍ୱାଧୀନ ପ୍ରାର୍ଥୀ ଦିବ୍ୟଦାନ ସୁନା ୫୧୧୬ଟି ଭୋଟ ବିଜୟୀ ହୋଇଥିବାବେଳେ ବିଜେଡିର ନାରାୟଣ ରଥ ୪୨୧୬ ଓ ବିଜେପି ଅରୁଣ କୁମାର ଷଡଙ୍ଗୀ ୨୫୯୮ ଟି ଓ କଂଗ୍ରେସର ବୃନ୍ଦାବନ ତ୍ରିପାଠୀ ୩୩୮୪ଟି ଭୋଟ ପାଇଛନ୍ତି। ତେବେ ନନ୍ଦାହାଣ୍ଡିବ୍ଳକରେ ଦିବ୍ୟଦାନକୁ ବିଜେଡି ଟିକଟ ନଦେବାରୁ ସେ ସ୍ୱାଧୀନପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଳାଇଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟୀ ହେବା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି।
Comments are closed.