ଲାଞ୍ଜିଗଡ଼ରେ ରକ୍ତଦାନ ଶିବିର, ୧୦୮ ୟୁନିଟ ରକ୍ତ ସଂଗ୍ରହ
ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ଓ ଲାଞ୍ଜିଗଡ଼ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତ ଅର୍ଥବିଭାଗ ମୁଖ୍ୟ ବିକାଶ ବିନାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଏତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଭବାନୀ ଶଙ୍କର ଲେଙ୍କା, ବେଦାନ୍ତ ଏଲଏଲଇ ମୁଖ୍ୟ ନବଲ କିଶୋର ଶର୍ମା, ସିଏସଆର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଲାଞ୍ଜିଗଡ଼ ଡ.ନରେନ୍ଦ୍ର ଦାସ, ବେଦାନ୍ତ ମେଡ଼ିକାଲ ମ୍ୟାନେଜର ଅମର କୁମାର ମହାନ୍ତି, ଦିଲ୍ଲୀପ କୁମାର ପ୍ରଜାପତି, ଶ୍ରୀମୁଖ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଶିବିରରେ ୧୦୮ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ। ଶିବିରରେ ଡାକ୍ତର ପ୍ରଶାନ୍ତ ପ୍ରାମାଣିକ, ଲାଞ୍ଜିଗଡ଼ ବ୍ଳକ ସମାଜ ପ୍ରତିନିଧି ପରେଶ କୁମାର ନାୟକ, କ୍ଷମାନିଧି ମହାଖୁଡ଼, ରମେଶ ଚନ୍ଦ୍ର ନାୟକ, ବେଦାନ୍ତ ମେଡ଼ିକାଲ ପକ୍ଷରୁ ଆତନୁ ମହାପାତ୍ର,ଅଶୋକ ଖୁରା, ନିହାର ରଞ୍ଜନ ପଣ୍ଡା, ଆଶିଷ କୁମାର ସ୍ୱାଇଁ, କୃଷ୍ଣ ପ୍ରସାଦ ରାୟ, ଲମ୍ବୋଦର ସାହୁ, ସୁମନ କୁମାର ସାହୁ, ଧନେସ ପିରିପିକା ପ୍ରମୁଖ ସହଯୋଗ କରିଥିଲେ। ଅାଜିର ରକ୍ତଦାନ ଶିବିରରେ ଭବାନୀପାଟଣା ରକ୍ତ ଭଣ୍ଡାରରୁ ଜୁନିୟର ଟେକ୍ନିସେନ କୃଷ୍ଣଚନ୍ଦ୍ର ସାହୁ, ଟେକ୍ନିସେନ ଅଜିତ କୁମାର ନାଏକ, ସଞ୍ଜୀବ ମହାଖୁଡ, ଗିରିଶ ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
Comments are closed.