ନିର୍ବାଚନୀ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ଵଲାଙ୍ଗିର ଜିଲା ତୁରେକେଲା ବ୍ଳକର ଜଣେ ଶିକ୍ଷକଙ୍କ ରବିବାର ଦିନ ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଶିକ୍ଷକ ଜଣକ ହେଲେ ୪୫ବର୍ଷ ବୟସର ଆଚାର୍ଯ୍ୟ ସୁଧୀର କୁମାର ବେହେରା। ସେ ବରଗଡ ଜିଲା ଗାଏସିଲେଟ ଥାନା ଡ଼ଙ୍ଗର ମୁଣ୍ଡା ଗ୍ରାମର। ସେ ଗତ କିଛିବର୍ଷ ହେଲା କଣ୍ଟାବାଞ୍ଜିର ପଟେଲ କଲୋନୀରେ ଏକୁଟିଆ ଘରଭଡା ନେଇ ରହିବା ସହିତ ତୁରେକେଲା ବ୍ଲକର ଉନ୍ନିତ ଉଚ୍ଚ ବିଦ୍ୟାଳୟ ବୁରୋମାଲରେ ଶିକ୍ଷକତା କରି ଆସୁଥିଲେ। ତାଙ୍କର ଆଗରୁ ଉଚ୍ଚରକ୍ତଚାପ ରୋଗ ରହିଥିବାରୁ ସେ ଗତ କିଛିଦିନ ହେଲା ଭୁବନେଶ୍ୱର ଏମ୍ସ ଡାକ୍ତର ଖାନାରେ ଚକିତ୍ସିତ ହେଉଥିଲେ। ହେଲେ ନିର୍ବାଚନୀ କାମରେ ଯୋଗ ଦେବା ପାଇଁ ସେ କଣ୍ଟାବାଞ୍ଜି ଆସି ସୋମବାର ଦିନ ବଲାଙ୍ଗୀର ଗୁଡଭେଲାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ରବିବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାସହ ଘରେ ଟଳିପଡିଥିଲେ।  ପାଖ ପଡୋଶୀ ଲୋକେ ଏହା ଦେଖି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ମୃତ ଘୋଷଣା କରଥିଲେ। ଆଜି ସୋମବାର ସକାଳେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରିବା ପରେ ତାଙ୍କର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ତାପରେ ତାଙ୍କର ମୃତଦେହ ସତ୍କାର ପାଇଁ ତାଙ୍କ ନିଜ ଗ୍ରାମକୁ ନିଆ ଯାଇଥିଲା। ସେ ଜଣେ ମେଳାପୀ, ସ୍ପଷ୍ଟବାଦୀ ଓ ଆଦର୍ଶ ଶିକ୍ଷକ ଥିଲେ। ତାଙ୍କର ସଂସ୍କୃତ ଶିକ୍ଷାଦାନ ଉଚ୍ଚକୋଟୀର ରହିଆସିଥିଲା। ତାଙ୍କର ବିୟୋଗରେ ବହୁ ମାନ୍ୟଗଣ ବ୍ୟକ୍ତି,ତୁରେକେଲା ବ୍ଳକ ତଥା ଅନ୍ୟ ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିରଂଚି ନାରାୟଣ ଦାଶ ଶୋକ ବ୍ୟକ୍ତ କରିଛନ୍ତି।

kalyan agarbati

Comments are closed.