www.samajalive.in
Sunday, December 7, 2025
26.1 C
Bhubaneswar

ଉପସ୍ଥାପିକା ହେବେ କଙ୍ଗନା

ମୁମ୍ବଇ: ଖୁବଶୀଘ୍ର ଏକ ରିୟାଲିଟି ଶୋ’ର ଉପସ୍ଥାପିକା ଭାବେ ନଜର ଆସିବେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଅମିତାଭ ବଚ୍ଚନ, ସଲମାନ୍ ଖାନ, କପିଲ୍ ଶର୍ମା ଓ ରୋହିତ ସେଟ୍ଟୀଙ୍କ ପରି ଲୋକପ୍ରିୟ ଚେହେରା ପୂର୍ବରୁ ଟିଭି ରିୟାଲିଟି ଶୋ’ରେ ଉପସ୍ଥାପନା କରୁଥିବା ବେଳେ ଏବେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଉପସ୍ଥାପିକା ସାଜିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ଏକତା କପୁର ପ୍ରଯୋଜିତ ରିୟାଲିଟି ଶୋ’ରେ ଉପସ୍ଥାପିକା ହେବେ କଙ୍ଗନା। ଏହି ଶୋ’ ପୁଣି ସବୁଠୁ ନିର୍ଭୀକ ରିୟାଲିଟି ଶୋ’ ବୋଲି କୁହାଯାଉଛି। ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବାକୁଥିବା ଏହି ଶୋ’  ‘ବିଗ୍ ବସ୍’ ସହ ସମକକ୍ଷ ହେବ ବୋଲି କୁହାଯାଉଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବ ବାକି ଅଛି।

- Advertisement -

ରିପୋର୍ଟ ଅନୁଯାୟୀ, ଏହି ଶୋ’ରେ ୧୩ରୁ ୧୫ଜଣ ପ୍ରତିଯୋଗୀ ଭାଗ ନେବେ। ୮ରୁ ୧୦ ସପ୍ତାହ ଧରି ଚାଲିବ ଏହି ​‌ଶୋ’। ଏହାକୁ ଅଲ୍‌ଟ ବାଲାଜୀ ଓ ଏମଏକ୍ସ ପ୍ଲେୟାର ମାଧ୍ୟମରେ ଦର୍ଶ‌କ ଦେଖିପାରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories