www.samajalive.in
Monday, December 15, 2025
14.1 C
Bhubaneswar

ଆଜିଠୁ ସ୍ବାସ୍ଥ୍ୟକର୍ମୀ, ବୟସ୍କଙ୍କୁ ତୃତୀୟ ପାନ ଟିକା

ନୂଆଦିଲ୍ଲୀ: ସୋମବାର (ଜାନୁଆରୀ ୧୦ତାରିଖ) ଠାରୁ ଦେଶର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଗୁରୁତର ରୋଗରେ ଆକ୍ରାନ୍ତ ୬୦ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ କରୋନାର ତୃତୀୟ ପାନ ଟିକା (ବୁଷ୍ଟର ଡୋଜ୍‌) ଦିଆଯିବ। ସତର୍କତାମୂଳକ ବା ବୁଷ୍ଟର ପାନ ଟିକାକରଣକୁ ଲକ୍ଷ୍ୟଭିତ୍ତିରେ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସମୀକ୍ଷା ବୈଠକରେ ଗୁରୁତ୍ବାରୋପ କରିଛନ୍ତି । ଦେଶରେ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ ଟିକାକରଣ ଓ ସାମାଜିକ ସତର୍କତା ପାଳନ ଦିଗରେ ପ୍ରଧାନମନ୍ତ୍ରୀ ଗୁରୁ ଦେଇଛନ୍ତି। ସେ କହିଛନ୍ତି, ତୃତୀୟ ପାନ ନିମନ୍ତେ ହିତାଧିକାରୀଙ୍କୁ ନୂଆ ପଞ୍ଜୀକରଣ କରିବାକୁ ପଡିବ ନାହିଁ। ବରଂ ସେମାନେ ପୂର୍ବରୁ ନେଇଥିବା ପଞ୍ଜୀକରଣ ଆଧାରରେ କେବଳ ସ୍ଲଟ୍ ବୁକିଂ (ସମୟ ଧାର୍ଯ୍ୟ) କରିବେ। ଦ୍ବିତୀୟ ପାନ ଟିକା ନେବାର ୯ମାସ ବା ୩୯ ସପ୍ତାହ ଅନ୍ତରରେ ତୃତୀୟ ପାନ ଟିକା ଦିଆଯିବ। ତୃତୀୟ ପାନ ନେବାକୁ ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ ପୂର୍ବ କୋ-ୱିନ ଆକାଉଣ୍ଟରେ ସ୍ଲଟ୍ ବୁକିଂ କରିବେ। ସେମାନେ ନେଇଥିବା ଦ୍ବିତୀୟ ପାନ ସମୟ ଆଧାରରେ ତୃତୀୟ ପାନ ପାଇଁ ତାରିଖ ଧାର୍ଯ୍ୟ ହେବ। ଟିକା ନେବାର ସମୟ ସମ୍ପର୍କରେ ହିତାଧିକାରୀଙ୍କୁ ମୋବାଇଲ ନମ୍ବରରେ ଏସଏମ୍ଏସ୍ ମାଧ୍ୟମରେ ସୂଚନା ଦିଆଯିବ। ସେହିପରି ପ୍ରଥମ ଓ ଦ୍ବିତୀୟ ପାନରେ ସେମାନେ ଯେଉଁ ଟିକା ନେଇଥିବେ ତୃତୀୟ ପାନରେ ସମାନ ପ୍ରକାର ଟିକା ଦିଆଯିବ। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ପାନରେ ଯେଉଁମାନେ କୋଭିସିଲ୍ଡ ଟିକା ନେଇଥିବେ ତୃତୀୟ ପାନରେ ସେମାନଙ୍କୁ କୋଭିସିଲ୍ଡ ଟିକା ଦିଆଯିବ। ସେହିପରି ପ୍ରଥମ, ଦ୍ବିତୀୟ ପାନରେ ଯେଉଁମାନେ କୋଭାକ୍ସିନ ଟିକା ନେଇଥିବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ। ତୃତୀୟ ପାନ ଟିକାକରଣ କ୍ଷେତ୍ରରେ କୌଣସି ପ୍ରକାର ମିଶ୍ରଣ କରାଯିବ ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ତୃତୀୟ ପାନ (ପ୍ରିକସନାରୀ ଡୋଜ) ପାଇଁ ଡାକ୍ତରୀ ପ୍ରମାଣପତ୍ର ଆବଶ୍ୟକ ନାହିଁ। ତେବେ ଟିକା ନେବା ପୂର୍ବରୁ ସେମାନେ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ୨୦୨୧ ଜାନୁଆରୀ ୧୬ରେ ଦେଶର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ପାନ ଟିକାକରଣ କରାଯାଇଥିଲା। ପ୍ରଥମ ପାନର ୨୮ଦିନ ପରେ ଦ୍ବିତୀୟ ପାନ ଟିକା ଦିଆଯାଇଥିଲା। ଅର୍ଥାତ୍ ଅଧିକାଂଶ ସ୍ବାସ୍ଥ୍ୟ କର୍ମଚାରୀ ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ଦ୍ବିତୀୟ ପାନ ଟିକା ନେଇଛନ୍ତି। ତେଣୁ ବୁଷ୍ଟର ପାନ ଟିକା ନେବାକୁ ପ୍ରାୟ ସମସ୍ତେ ଯୋଗ୍ୟ ବିବେଚିତ ହେବେ। ଦେଶରେ ଏବେ ପ୍ରାୟ ୩କୋଟି ସ୍ବାସ୍ଥ୍ୟ କର୍ମଚାରୀ ଅଛନ୍ତି। ସେହିପରି ୧୩କୋଟି ୭୯ଲକ୍ଷ ୬୦ବର୍ଷରୁ ଊର୍ଦ୍ଧ୍ବ ନାଗରିକ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories