www.samajalive.in
Sunday, December 14, 2025
14.1 C
Bhubaneswar

ଏବେଠୁ ଟପିଲାଣି ପ୍ରଥମ ଲହରର ଶୀର୍ଷ

‘ସଂକ୍ରମଣ ସ୍ଥିର ସ୍ଥିତିକୁ ନ ଆସିବା ଯାଏଁ କମିବା କହିହେବନି’, ଖୋର୍ଦ୍ଧାରେ ସଂକ୍ରମଣ ବିସ୍ଫୋରଣ
ସବୁ କୋଭିଡ୍‌ ଚିକିତ୍ସାଳୟରେ ସହାୟତା କେନ୍ଦ୍ର ବାଧ୍ୟତାମୂଳକ, ସଂଗରୋଧରେ ୯୭% ରୋଗୀ

ଭୁବନେଶ୍ବର : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୯ ହଜାରରୁ ଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ କ୍ଷିପ୍ର ଗତିରେ ବଢୁଛି। ଦେଶର ସ୍ଥିତି ସହ ତାଳଦେଇ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଚିତ୍ର ଅନୁରୂପ ବଢିବାରେ ଲାଗିଛି। ନୂଆବର୍ଷର ପ୍ରଥମ ୮ ଦିନରେ ୧୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି। ହଠାତ କରୋନାର ଏହି ବର୍ଦ୍ଧିତ ସଂକ୍ରମଣ ସ୍ଥିତି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଜି ଦିନକରେ ପୁଣି ୪,୭୧୪ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଏବେ ଯେଉଁ ହାରରେ ଏବେ ସଂକ୍ରମଣ ବୃଦ୍ଧି ପାଉଛି ଜାନୁୟାରୀ ତୃତୀୟ ସପ୍ତାହ ବେଳକୁ ସ୍ଥିତି ଶିଖର ଛୁଇଁବା ଆଶଙ୍କା ବଢିଲାଣି। ରାଜ୍ୟ ସରକାର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କଟକଣା ଲଗାଇଛନ୍ତି। ଅନ୍ୟପଟେ ପ୍ରଥମ ଲହରର ଶୀର୍ଷ ଅତିକ୍ରମ କରିଛି ଆଜିର ସଂକ୍ରମଣ। ପ୍ରଥମ ଲହର ୨୦୨୦ ସେପ୍ଟେମ୍ବର ୨୫ରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ୪୭୦୦ ଟପିଛି। ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ସେହିଭଳି ଆଗକୁ ମଧ୍ୟ ବଢ଼ିବ। ଯେପର୍ଯ୍ୟନ୍ତ ପ୍ଲାଟୋ (ସ୍ଥିର) ସ୍ଥିତି ନ ଆସିଛି ସେପର୍ଯ୍ୟନ୍ତ ସଂକ୍ରମଣ କେବେ କମିବ କହିହେବ ନାହିଁ। କେବଳ ଜାନୁଆରୀ ମାସର ପ୍ରଥମ ୮ ଦିନରେ ଚିହ୍ନଟ ହୋଇଛନ୍ତି ୧୫ ହଜାର ୬୧୧ ସଂକ୍ରମିତ।
ଜାନୁଆରୀ ୧ ତାରିଖରେ ୨୯୮, ୨ ଓ ୩ରେ ୪୨୪ ଲେଖାଏଁ, ୪ରେ ୬୮୦,୫ରେ ୧୨୧୬,୬ରେ ୧୮୯୭, ୭ରେ ୨୭୦୩ ଓ ୮ରେ ୩୬୭୯ ହୋଇଥିବାବେଳେ ଆଜି ରାଜ୍ୟରେ ୪୭୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ୧୦୩୫ ମାମଲା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସବୁଥର ପରି ଏଥର ମଧ୍ୟ ସଂକ୍ରମଣରେ ଖୋର୍ଦ୍ଧା ଶୀର୍ଷରେ ରହିଛି। ରାଜ୍ୟର ପ୍ରାୟ ୪୦ ପ୍ରତିଶତରୁ ଅଧିକ ସଂକ୍ରମିତ ଏଠାରୁ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୧୧୭ରେ ପହଞ୍ଚିଛି। ୫୬୭୧ ସକ୍ରିୟ ସଂକ୍ରମିତଙ୍କ ସହିତ ଖୋର୍ଦ୍ଧା ଲାଲବଳୟରେ ଥିବାବେଳେ ସୁନ୍ଦରଗଡ଼(୨୨୧୬), ସମ୍ବଲପୁର (୧୨୯୪) ଓ କଟକ (୧୨୫୮) ହଳଦିଆ ବଳୟରେ ଅଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୧୬ ଶିଶୁ ଅଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories