ବଧୁହତ୍ୟା ମାମଲାରେ ଦିଅର ଗିରଫ

ପିପିଲି:ପିପିଲି ଥାନା ଅନ୍ତର୍ଗତ ଭଉଳ ଗ୍ରାମରେ ଘଟିଥିବା ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ ମାମଲାରେ ଫେରାର ଥିବା ଅଭିଯୁକ୍ତ ଦିଅରକୁ ପୁଲିସ ଗିରଫ କରି ଆଜି  କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତର ନାମ ବିଶ୍ୱଜିତ ସାହୁ ଓରଫ ମୁନୁ(୨୯) ଓ ତାର ଘର ପମସରା ପଞ୍ଚାୟତ ଅନ୍ତର୍ଗତ ଭଉଳ ଗ୍ରାମରେ ହୋଇଥିବା ସୂଚନା ମିଳିଛି ।

prayash

ଭଉଳ ଗ୍ରାମର ବ୍ରଜମୋହନ ସାହୁଙ୍କ ପତ୍ନୀ ରିଙ୍କି ସାହୁ ଓରଫ ରିୟା (୨୫)କୁ ଅଧିକ ଯୌତୁକ ପାଇଁ ଶନିବାର ହତ୍ୟା କରାଯାଇଥିବା ନେଇ ମୃତାଙ୍କ ମାଆ ସୁକାନ୍ତି ପରିଡା ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ୫ବର୍ଷ ତଳେ ନିକଟବର୍ତ୍ତୀ ମଗଲପୁର ଗ୍ରାମର ପ୍ରସନ୍ନ ପରିଡାଙ୍କ କନ୍ୟା ରିଙ୍କିଙ୍କ ସହ ବ୍ରଜମୋହନଙ୍କ ବିବାହ ବୈଦିକ ରୀତିରେ ହୋଇଥିଲା । ରିଙ୍କିଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ବିଭିନ୍ନ ସମୟରେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ, ରିଙ୍କିଙ୍କୁ ଖାଇବାକୁ ଦିଆଯାଉନଥିବା ଓ ଔଷଧ ମଧ୍ୟ ଦିଆଯାଉନଥିବା ବେଳେ ସ୍ୱାମୀ ସମେତ ଶାଶୁଘର ଲୋକେ ତାଙ୍କୁ ବାଡିଆପିଟା କରୁଥିବା ସଂପର୍କରେ ସେ ଗତ ୧୧ ତାରିଖ ସକାଳ ସାଢେ ୮ଟା ସମୟରେ ନିଜ ମାଆ ସୁକାନ୍ତିଙ୍କୁ ଫୋନ୍‍ କରି କହିଥିଲେ । ଝିଅ ଠାରୁ ଏକଥା ଶୁଣିବା ପରେ ସୁକାନ୍ତି ଓ ତାଙ୍କ ସ୍ୱାମୀ ପ୍ରସନ୍ନ ଭଉଳ ଗ୍ରାମ ସ୍ଥିତ ଝିଅ ଘରକୁ ଯାଇଥିଲେ । ଘର ଭିତରେ ରିଙ୍କି ପାଟିରୁ ବଚ କାଢି ପଡିଥିବା ଓ ପାଖରେ ଏକ ଦଉଡା ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ । ରିଙ୍କିକୁ ତାଙ୍କ ଶାଶୁଘର ଲୋକେ ମିଳିମିଶି ହତ୍ୟା କରିଛନ୍ତି ବୋଲି ସୁକାନ୍ତି ସେହିଦିନ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀ ବ୍ରଜମୋହନ ସାହୁ(୩୩) ଓ ଶାଶୁ ଖୋଲଣା ସାହୁ(୫୭)ଙ୍କୁ ପୁଲିସ ଗତ ୧୩ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଫେରାର୍‍ ଥିବା ଦିଅର ବିଶ୍ୱଜିତକୁ ପୁଲିସ ଭୁବନେଶ୍ୱର ଅଞ୍ଚଳରୁ ଗତକାଲି ଗିରଫ କରିଥିବା ବେଳେ ଅନ୍ୟ ଫେରାର୍‍ ଅଭିଯୁକ୍ତକୁ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ସଂପର୍କରେ ତଦନ୍ତକାର ଅଧିକାରୀ ଏସ୍‍ଆଇ ସୁରମା ସ୍ୱାଇଁ ସୂଚନା ଦେଇଛନ୍ତି ।

kalyan agarbati

Comments are closed.